ଶିଶୁଟି କହିଲା TV ଅନ୍‌ କରନ୍ତୁ, ହେଲେ ତଣ୍ଟି ଚିପି ଦେଲେ ପଡ଼ୋଶୀ

ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ୍‌ କରିଥାଏ। ଏପରିକି ବର୍ବର କାଣ୍ଡ ମଧ୍ୟ ଘଟାଇବାକୁ ପଛାଏ ନାହିଁ। ତାମିଲନାଡୁ ତୁତୀକୋରିନ୍‌ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୋଧାନ୍ୱିତ ହୋଇ ଜଣେ ବ୍ୟକ୍ତି ୮ ବର୍ଷର କୁନି ପିଲାକୁ ହତ୍ୟା କରିଛନ୍ତି। ପିଲାଟିର‌ ଭୁଲ୍‌ ଖାଲି ଏତିକି ଥିଲା, ସେ କେବଳ ଟିଭି ଅନ୍‌ କରିବାକୁ କହିଥିଲେ।

ସୂଚନା ଅନୁସାରେ, ତୁତୀକୋରିନ୍‌ ଜିଲ୍ଲାର ଏହି ୮ ବର୍ଷର କୁନି ପିଲାଟି ଅଧିକାଂଶ ସମୟ ତାଙ୍କ ପଡ଼ୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥାନ୍ତି। ବୁଧବାର ସେ ତାଙ୍କ ପଡ଼ୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ। ଏହି ସମୟରେ ପିଲାଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିଭି ଅନ୍‌ କରିବାକୁ କହିଥିଲେ। ଏହି ସମୟରେ ବ୍ୟକ୍ତି ଜଣକ ତାଙ୍କ ବାପାଙ୍କ ସହ ଝଗଡ଼ା କରୁଥିଲେ। ଠିକ୍‌ ଏହି ସମୟରେ ପିଲାଟି ତାଙ୍କୁ ଟିଭ୍‌ ଅନ୍‌ କରିବାକୁ କହିବାରୁ ବ୍ୟକ୍ତି ଜଣକ ଆହୁରି କ୍ରୋଧାନ୍ୱିତ ହୋଇ ପିଲାଟିର ତଣ୍ଟି ଚିପି ଦେଇଥିଲେ। ଏହାପରେ ପିଲାଟିର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ସୂଚନା ଅନୁସାରେ, ପିଲାଟିର ମୃତ୍ୟୁ ଘଟିବା ପରେ ଉକ୍ତ ବ୍ୟକ୍ତି ଜଣକ ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ମୃତଦେହ ଭର୍ତ୍ତି କରି ଏହାକୁ ବନ୍ଦ କରି ଦେଇଥିଲେ। ପରେ ଏହି ଡ୍ରମ୍‌କୁ ନେଇ ଘର ନିକଟରେ ଥିବା କେନାଲରେ ଫିଙ୍ଗି ଦେଇଥିଲେ। ହେଲେ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ନଜରରେ ଆସିଥିଲା। ଏହାପରେ ସେ ପୋଲିସ୍‌କୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିଲା।

ଏହି ଘଟଣାରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ କେନାଲ ପର୍ଯ୍ୟନ୍ତ ଡ୍ରମ୍‌ ନେବା ପାଇଁ ଅଭିଯୁକ୍ତକୁ ସାହାଯ୍ୟ କରିଥିବା ତାଙ୍କ ବନ୍ଧୁଙ୍କୁ ହେପାଜତରେ ନେଇଛି।

ପୋଲିସ୍‌ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ପ୍ରକୃତରେ କେଉଁ କାରଣ ପାଇଁ ପିଲାଟିକୁ ହତ୍ୟା କରାଗଲା ? ଯୌନ ଶୋଷଣ ହୋଇନାହିଁ ତ ? ଏସବୁ ସେତେବେଳେ ଜଣାପଡ଼ିବ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବ। ବର୍ତ୍ତମାନ କେବଳ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନାଥାଉ କି, ପିଲାଟି ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ପିଲାଟିର ମା’ ଜଣେ ଶ୍ରମିକ। ସେ କାମ କରି ନିଜ ଛୁଆଙ୍କ ଭରଣପୋଷଣ କରିଥାନ୍ତି।

ଆହୁରି ପଢ଼ନ୍ତୁ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

You might also like