ଅବୈଧ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ବିଚ ରାସ୍ତାରେ ହତ୍ୟା: ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ ବନାଇଲେ ଦେଖଣାହାରୀ

ଲକ୍ଷ୍ନୌ : ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ଅବୈଧ ସମ୍ପର୍କ ସନ୍ଦେହରେ ହତ୍ୟା କରିଛନ୍ତି। ରାସ୍ତା ମଝିରେ ଛୁରିରେ ଆକ୍ରମଣ କରିଥିଲେ ସଂପୃକ୍ତ ବ୍ୟକ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମହିଳା। ରାସ୍ତାରେ ମରଣ ସହ ଲଢ଼ୁଥିଲେ ବି ଦେଖାଣାହାରୀ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରୁଥିଲେ। ପୋଲିସ ନିକଟରେ ଖବର ପହଞ୍ଚିବା ପରେ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେତେବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ମହିଳା ଜଣକ ହସ୍ପିଟାଲରେ ଜୀବନ ହାରିଥିଲେ।

ଉତ୍ତରପ୍ରଦେଶ ଲକ୍ଷ୍ନୌ ମଡ଼ିୟାବ ଅଞ୍ଚଳର ପ୍ରୀତିନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ଆଜିର ଇଂଟରନେଟ୍ ଯୁଗରେ ମାନବିକତା ହରାଇ ବସିଛି ମଣିଷ। ବିଚ ରାସ୍ତାରେ ଅଭିଯୁକ୍ତ ରଫିକ, ପତ୍ନୀ ଅଫସାନାଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣ ପରେ ରାସ୍ତା ଉପରେ ପଡ଼ିଯାଇଥିଲେ ଅଫସାନା। ଆଉ ରକ୍ଷା କର ରକ୍ଷା କର କହି ଲୋକଙ୍କୁ ସାହାଯ୍ୟ ମାଗୁଥିଲେ। ହେଲେ ଦେଖଣାହାରୀ ଯେପରି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ, କିଏ ଭିଡ଼ିଓ ବନାଉଥିଲା ତ ଆଉ କିଏ ବାଟ ଭାଙ୍ଗି ଚାଲିଯାଉଥିଲା । କିନ୍ତୁ ଅଭିଯୁକ୍ତକୁ  କେହି ଅଟକାଇବାକୁ ଚେଷ୍ଟା କରିନଥିଲେ, ନା କେହି ମହିଳାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ ।

ଅଭିଯୁକ୍ତ ରଫିକର କହିବା ଅନୁସରେ, ଅଫସାନାର ଅନ୍ୟ ଜଣେ ପୁରୁଷ ସହ ଅବୈଧ ସମ୍ପର୍କରେ ଥିଲା । ବାରମ୍ବାର ବାରଣ କରିବା ସତ୍ତ୍ୱେ ବି ଶୁଣୁନଥିଲେ ଅଫସାନା। ତେବେ ସ୍ତ୍ରୀର ଏପରି ବ୍ୟବହାରରେ ଅତିଷ୍ଠ ହୋଇ ରଫିକ୍ ତାଙ୍କୁ  ଗାଁ ଚାଲିଯିବାକୁ ମଧ୍ୟ କହିଥିଲେ । ହେଲେ  ପତ୍ନୀ ନାଁ ତାଙ୍କୁ ଛାଡ଼ପତ୍ର ଦେବାକୁ ରାଜି ହେଉଥିଲା, ନା ଗାଁ ଯିବାକୁ ରାଜି ହେଉଥିଲା।  ଏପରିକି ସବୁଦିନେ ଜାଳି ଜାଳି ମାରିବାକୁ ଅଫସାନା ତାଙ୍କୁ ଧମକ ଦେଉଥିଲା। ତେଣୁ ସହିବା ସୀମା ପାର ହେବା ପରେ ସ୍ତ୍ରୀକୁ ମାରିଥିବା କହିଛି ଅଭିଯୁକ୍ତ।

ଅନ୍ୟପଟେ ଡିସିପିଙ୍କ କହିବା ଅନୁସାରେ ସ୍ତ୍ରୀକୁ ଛୁରି ଭୁଶି ହତ୍ୟା କରିବା ପରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏବେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇଛି । ମୃତକଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସ ପ୍ରକାର ଅଭିଯୋଗ ଆସିନାହଁ।  ଏବେ ଅଭିଯୁକ୍ତକୁ ପଚରାଉଚରା କରୁଛି ପୋଲିସ୍ ।

You might also like