ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅସୁରବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତକାଲି ରାତିରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପତ୍ନୀ ଲିଲି।

ଗତକାଲି ରାତିରେ ଖାଇସାରି ବିଲକୁ ଯାଇଥିଲେ। ସେଠାରେ ପତ୍ନୀ ଲିଲିଙ୍କ ହତ୍ୟା ଖବର ପାଇଥିଲେ । ସାନ ଭାଇ ରବୀନ୍ଦ୍ର ଟାଙ୍ଗିଆରେ  ହାଣି ହତ୍ୟା କରିଥିବା ଜଣେ ପଡୋଶୀ ସୂଚନା ଦେଇଥିଲେ।

ଘରେ ପହଞ୍ଚି ପତ୍ନୀଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖିଥିଲେ। ତୁରନ୍ତ  ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ଦିଅରକୁ ଗିରଫ ରଖି ଜେରା କରୁଛି । ରବୀନ୍ଦ୍ର ଭାଉଜ ଲିଲିଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like