ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ବେଙ୍ଗାଲୁରୁ: ସ୍ତ୍ରୀ ଆରପାରିରେ। ହେଲେ ସ୍ୱାମୀଙ୍କ ସ୍ମୃତିରେ ସବୁ ବେଳେ ଜୀବିତ । ସ୍ତ୍ରୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ସ୍ୱାମୀଙ୍କ ପ୍ରୟାସ। ତାଙ୍କୁ ମନେ ରଖିବା ପାଇଁ ଘରେ ତିଆରି କଲେ ପ୍ରତିମୂର୍ତ୍ତି ।

 Murthy’s wife MVK Madhavi, along with her two daughters, was travelling to Tirupati when they met with an accident.

ଆପଣ ଦେଖୁଥିବା ଏହା ହେଉଛି ଏକ ପ୍ରତିମୂର୍ତ୍ତି । କର୍ଣ୍ଣାଟକ କୋପାଲର ଜଣେ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ତାଙ୍କ ମୃତ ସ୍ତ୍ରୀଙ୍କ ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଇଛନ୍ତି । ଅବିକଳ ତାଙ୍କ ସ୍ତ୍ରୀଙ୍କ ଭଳି ଦେଖାଯାଉଥିବା ପ୍ରତିମୂର୍ତ୍ତି ଘରେ ବନାଇଛନ୍ତି । ନୂଆ ଘର ତିଆରି କରିବା ସହ ସ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ବି ନିର୍ମାଣ କରିଛନ୍ତି ।

 

ସେ ପସନ୍ଦ କରୁଥିବା କପଡ଼ା, ଗହଣା ବି ପ୍ରତିମୂର୍ତ୍ତିକୁ ପିନ୍ଧାଇଛନ୍ତି । ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ପ୍ରତିମୂର୍ତ୍ତି ସହ ଫଟୋ ବି ନେଇଛନ୍ତି । ଶ୍ରୀନିବାସଙ୍କ ପତ୍ନୀ ୨୦୧୭ ମସିହାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

You might also like