ଚିଡ଼ିଆଖାନାର ସିଂହ ଖୁଆଡ଼କୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଫିଲ୍ମର ଦୃଶ୍ୟ। ନୂଆଦିଲ୍ଲୀରେ ଥିବା ଚିଡ଼ିଆଖାନାର ସିଂହ ଖୁଆଡ଼ ପାଖରେ ବୁଲୁ ବୁଲୁ ହଠାତ୍‌ ଜଣେ ଯୁବକ ଖୁଆଡ଼ ଭିତରକୁ ଡେଇଁପଡ଼ିଲେ। ଆଉ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ମୁହଁ ପାଖରେ ବସିପଡ଼ିଥିଲେ।

ତା’ପରେ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି ? କାରଣ ୨୦୧୪ରେ ମଧ୍ୟ ଜଣେ ବ୍ୟକ୍ତି ଏମିତି ବାଘ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ବାଘ କିଛି ସମୟ ଅପେକ୍ଷା ପରେ ହଠାତ୍ ଯୁବକଙ୍କ ବେକକୁ ମାଡ଼ିବସିଲା।  ଆଉ କେଇ ମିନିଟ ଭିତରେ ଯୁବକଙ୍କୁ ମାରିଦେଲା। କିନ୍ତୁ ଏହି ଯୁବକଙ୍କ ଭାଗ୍ୟ ଭଲ। କାରଣ ସିଂହ ତାଙ୍କୁ ମାରି ନାହିଁ। ବରଂ ଖାଲି ଶୁଙ୍ଘି ଦେଇ ଛାଡ଼ିଦେଇଛି। ତେବେ ଜାରି ହୋଇଥିବା ଭିଡିଓରେ ସିଂହଟି ଦୁଇ ପଞ୍ଝାରେ ଯୁବକଙ୍କୁ ସାମାନ୍ୟ ଆକ୍ରମଣ କରୁଥିବାର ଦୃଶ୍ୟ ରହିଛି। ତା ପରେ ସିଂହଟି ଆପେ ଆପେ ଯୁବକଙ୍କୁ ଛାଡ଼ି ପଳାଇଥିଲା।

ତେବେ ଯୁବକ ଜଣକ କାହିଁକି ଚିଡ଼ିଆଖାନା ଭିତରକୁ ପଶିଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। କିନ୍ତୁ ଯୁବକଜଣକ ମାନସିକ ଅନଗ୍ରସର ଥିଲେ ବୋଲି କୁହାଯାଉଛି। ତେବେ ସିଂହମାନେ ସେଠାରୁ ଚାଲିଯିବା ପରେ ଚିଡ଼ିଆଖାନା କର୍ମଚାରୀ ଯୁବକଙ୍କୁ ବାହାରକୁ ଆଣି ପଚରାଉଚରା ଚଳାଇଛି।

You might also like