କରୋନା ପଜିଟିଭ୍ ସ୍ତ୍ରୀର ଯନ୍ତ୍ରଣା ଦେଖିହେଲାନି, ଅକ୍ସିଜେନ ଥିବା ଆମ୍ବୁଲାନ୍ସ ହାଇଜାକ୍ କଲେ ସ୍ୱାମୀ

ବିଦିଶା : କରୋନା ସଂକ୍ରମିତ ସ୍ତ୍ରୀର କଷ୍ଟ ଦେଖିପାରିଲାନି ସ୍ୱାମୀ । ସାହାଯ୍ୟ ପାଇଁ ମେଡିକାଲକୁ ଫୋନ କରି କରି ଥକି ଗଲା ପରେ ଅକ୍ସିଜେନ ଆମ୍ବୁଲାନ୍ସ ହାଇଜାକ୍ କଲା ସ୍ୱାମୀ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୁତଲୀଘାଟର ମୁଖାର୍ଜିନଗର ସ୍ଥିତ ଜଣେ ଯୁବକଙ୍କ କରୋନା ସଂକ୍ରମିତ ଗର୍ଭବତୀ ସ୍ତ୍ରୀର ଅବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ କୌଣସି ମତେ ଏକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରିନେଇଥିଲେ। ଏବଂ ତୁରନ୍ତ ମେଡିକାଲରେ ଆଡମିଟ କରିବାକୁ ଚାହୁଁଥିଲେ । ହେଲେ ସଠିକ୍ ସମୟରେ ଆସିଲାନି ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ତ୍ରୀ ବିକଳ କାନ୍ଦଣା ଦେଖି ଆମ୍ବୁଲାନ୍ସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବନ୍ଧକ ରଖିଲେ ସୁନୀଲ କୁଶୱାହ ।

ସୁନୀଲଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ୪ ଦିନ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦୁଇ ଦିନ ପୂର୍ବରୁ ସ୍ତ୍ରୀର ଦେହ ଅଚାନକ ଖରାପ ହୋଇଥିଲା । ପେଟରେ ପିଲାଥିବା ବେଳେ ଭାଇରର କୋପ ତାଙ୍କ ପାଇଁ ଅସହ୍ୟ ହେଉଥିଲା । କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା, ମୋତେ ମେଡିକାଲ ନିଅ କହି ସ୍ୱାମୀ ଆଗରେ ଗୁହାରୀ କରୁଥିଲା ।  ତେବେ ସ୍ତ୍ରୀର ଏପରି ଅବସ୍ଥା ଦେଖି ସ୍ୱାମୀଙ୍କ ଆଖିରେ ବି ଲୁହ ଆସି ଯାଇଥିଲା । ଫଳରେ ରାତ୍ରି ୧୧ଟାରେ ମେଡ଼ିକାଲ କଲେଜକୁ ଫୋନ୍ କରି ଗୋଟିଏ ଆମ୍ବୁଲାନ୍ସ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ହେଲ ମହାମାରୀର ଭୟାବହତା ସମ୍ପର୍କରେ ଜାଣି ସୁଦ୍ଧା ଗୋଟିଏ ଦିନ ପରେ ସଂକ୍ରମିତଙ୍କ ଘରେ ପହଞ୍ଚିଲା ଆମ୍ବୁଲାନ୍ସ । ଆଟେଣ୍ଡର ବାରମ୍ବାର ଆସୁଛି ଆସୁଛି କହି ବିଳମ୍ବରେ ପହଞ୍ଚିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ୧୦୮ ଆମ୍ବୁଲାନ୍ସ ଘରେ ପହଞ୍ଚିବା ପରେ, ଆମ୍ବୁଲାନ୍ସ ଓ ଆମ୍ବୁଲାନ୍ସ ଚାଳକକୁ ବନ୍ଧକ ରଖିଥିଲେ ସଂପୃକ୍ତ ବ୍ୟକ୍ତି ।

ପାଖାପାଖି ୨ ଘଣ୍ଟା ବନ୍ଧକ ରଖିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ ଏବଂ ସୁନୀଲଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଚାଳକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଶେଷରେ ବନ୍ଧକ ରଖିଥିବା ଆମ୍ବୁଲାନ୍ସରେ କରୋନା ସଂକ୍ରମିତ ସ୍ତ୍ରୀଙ୍କୁ ନେଇ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ସଠିକ ସମୟରେ ଚିକିତ୍ସା ମିଳିବା ଦ୍ୱାରା ଗର୍ଭବତୀ ମହିଳା ଏବେ ସୁସ୍ଥ ଅଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀ ଅଭିଯୋଗ କରିଛନ୍ତି, ରାଗରେ ସୁନୀଲ ଆମ୍ବୁଲାନ୍ସର କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲା ।

ସେପଟେ ଏ ଘଟଣା ନେଇ ସୁନୀଲ କହିଛନ୍ତି, କରୋନାର ଦ୍ୱିତୀୟ ଲହରୀ ସମ୍ପର୍କରେ ସମସ୍ତେ ଅବଗତ । ଏଭଳି ପରିସ୍ଥିତିରେ ହସ୍ପିଟାଲରେ ବେଡଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା ଲଗାତାର ବିଗିଡିବାରେ ଲାଗିଥିଲା । ଆଜି ତା’ର ଯଦି କିଛି ହୋଇଥିଲେ,ଦାୟୀ କିଏ ରହିଥାଆନ୍ତା । ବାରମ୍ବାର ଫୋନ୍ କରିବା ପରେ ଆମ୍ବୁଲାନ୍ସ ନଆସିବାରୁ ମୁଁ ଏପରି କରିଛି ବୋଲି ସେ ସ୍ୱୀକାର କରିଛନ୍ତି ।

You might also like