ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ରିଲେଶନ୍‌ଶିପ୍‌ରେ ଥିଲେ, ହେଲେ ଗୋଟିଏ ଭୁଲ୍‌ ପାଇଁ…

ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ  ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍‌ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି।

New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍‌ଶିପ୍‌ରେ ଥିବା ଏହି ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯୁବକ ଜଣକ ଏହି ୩୫ ଜଣ ଯୁବତୀଙ୍କୁ ନିଜ ଜନ୍ମଦିନ ତାରିଖ ଅଲଗା ଅଲଗା ଦିନ କହିଥିଲେ।

ରିପୋର୍ଟ ଅନୁସାରେ, ୩୯ ବର୍ଷୀୟ ଏହି ଯୁବକଙ୍କ ନାଁ ତାକାଶୀ ମିୟାଗାୱା। ତାକାଶୀଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ୍‌ ତାଙ୍କୁ ଏକ ଗିଫ୍ଟ ଦେଇଥିଲେ। ଏହା ପରଠୁ ତାକାଶୀଙ୍କ ଗିଫ୍ଟ ପ୍ରତି ଲୋଭ ଓ ସଉକ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଗିଫ୍ଟ ପାଇବା ଲୋଭରେ ସେ ନୂଆ ନୂଆ ଗର୍ଲଫ୍ରେଣ୍ଡ୍‌ କରିଥିଲେ। କିଛି ଦିନ ପରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସଂଖ୍ୟା ୩୫ରେ ପହଞ୍ଚି ଯାଇଥିଲା। ୩୫ ଜଣ ଗର୍ଲଫ୍ରେଣ୍ଡ୍‌ ହେଲା ପରେ ମଧ୍ୟ ସେମାନଙ୍କ ମଧ୍ୟରୁ ସେ କାହାକୁ ବି ହେଲେ ଛାଡ଼ି ନଥିଲେ। ସମସ୍ତଙ୍କ ସହ ସେ ଡେଟ୍‌ କରୁଥିଲେ। ହେଲେ ଏସବୁ ପଛରେ ତାଙ୍କର ଭଲ ପାଇବା ନଥିଲା। ବରଂ ଗିଫ୍ଟ ପାଇବା ଲୋଭରେ ସେ ଯୁବତୀଙ୍କ ସହ ରିଲେଶନ୍‌ଶିପ୍‌ରେ ଥିଲେ। ହେଲେ ସେ ଜାଣି ନଥିଲେ ତାଙ୍କର ଗୋଟିଏ ଭୁଲ୍‌ ତାଙ୍କୁ ଜେଲ୍‌ ପଠାଇ ଦେବ।

gifts

ପୋଲିସ୍‌ ସୂଚନା ଅନୁସାରେ, ତାକାଶୀ ଜଣେ ପାର୍ଟ ଟାଇମ୍‌ ୱର୍କର। ସେ ଘର ଘର ବୁଲି ଜିନିଷ ବିକ୍ରି କରିଥାନ୍ତି। ଏକ ମାର୍କେଟିଂ କମ୍ପାନୀ ମାଧ୍ୟମରେ ସେ ଏହି ୩୫ ଜଣ ମହିଳାଙ୍କ ସହ ଯୋଗାଯୋଗରେ ଆସିଥିଲେ। ଏହାପରେ ଜଣଙ୍କ ପରେ ଜଣଙ୍କୁ ସେ ନିଜର ଗର୍ଲଫ୍ରେଣ୍ଡ୍‌ କରିଥିଲେ ଓ  ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ଗିଫ୍ଟ ମଧ୍ୟ ଗ୍ରହଣ କରିଥିଲେ। ଏପରିକି ସେ ସମସ୍ତଙ୍କୁ ନିଜ ଜନ୍ମଦିନ ତାରିଖ ଅଲଗା ଅଲଗା ଦିନ କହିଥିଲେ। ଜଣେ ୪୭ ବର୍ଷୀୟ ମହିଳାଙ୍କୁ ତାକାଶୀ ନିଜ ଜନ୍ମଦିନ ଫେ‍ବୃଆରୀ ୨୨, ଆଉ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଜୁଲାଇ ଓ ଅନ୍ୟ ଜଣେ ମହିଳାଙ୍କୁ ସେ ନିଜ ଜନ୍ମଦିନ ଏପ୍ରିଲରେ ବୋଲି କହିଥିଲେ। ପ୍ରକୃତରେ ତାଙ୍କ ଜନ୍ମଦିନ ନଭେମ୍ବର ୧୪  । ହେଲେ ସମସ୍ତଙ୍କୁ ଅଲଗା ଅଲଗା ଦିନରେ ଜନ୍ମଦିନ କହି ତାକାଶୀ ପାର୍ଟିର ଆୟୋଜନ କରିବା ସହ ସେମାନଙ୍କ ନିକଟରୁ ମହଙ୍ଗା ଗିଫ୍ଟ, ଟଙ୍କା ଇତ୍ୟାଦି ନେଉଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲି ଥିବାବେଳେ ଜଣେ ମହିଳା ତାକାଶୀଙ୍କ ବ୍ୟବହାରକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ଓ ତାକାଶୀ ତାଙ୍କୁ ଧୋକ୍କା ଦେଉଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ମହିଳା ଜଣକ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍‌ର ଯାଞ୍ଚ ବେଳେ ଆଶ୍ଚର୍ଯ୍ୟକର ଖୁଲାସା ହେବା ସହ ତାକାଶୀଙ୍କ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ସାମ୍ନାକୁ ଆସିଥିଲା।

gifts

ତାକାଶୀ ସିଙ୍ଗଲ୍‌ ଥିବା ମହିଳାଙ୍କୁ ଟାର୍ଗେଟ କରି ବିବାହ ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜ ଜାଲରେ ଫସାଉ ଥିଲେ। ହେଲେ ତାଙ୍କର ଏହି ପ୍ଲାନିଂ ବେଶୀ ଦିନ କାମ କରି ନଥିଲା ଓ ଶେଷରେ ସେ ପୋଲିସ୍‌ ହାତରେ ଧରା ପଡ଼ିଯାଇଥିଲେ। ବିବାହ ନାଁରେ ମହିଳାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପରେ ସେମାନଙ୍କୁ ଧୋକ୍କା ଦେବା ଅଭିଯୋଗରେ ପୋଲିସ୍‌ ତାକାଶୀଙ୍କୁ ଗିରଫ କରି ଜେଲ୍‌ ପଠାଇଛି।

You might also like