ସାଙ୍ଗ ସହ ମିଶି କୁମ୍ଭୀରକୁ ପିଆଇଲେ ମଦ, ଆଉ ତା’ପରେ…

ୱାଶିଂଟନ୍‌: ସାଙ୍ଗ ସହ ମିଶି କୁମ୍ଭୀର ଛୁଆକୁ ମଦ ପିଆଇଲେ, ଆଉ ତା’ପରେ ଘଟିଲା ଏମିତି କିଛି ତାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କର ହୋସ୍‌ ଉଡ଼ାଇ ଦେବ।

ଜଣେ ଯୁବକ କୁମ୍ଭୀର ଛୁଆକୁ ମଦ ପିଆଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ ହେଉଛି। ଅଗଷ୍ଟ ୨୬ରେ ଉକ୍ତ ଯୁବକ ଓ ତାଙ୍କର ଜଣେ ସାଙ୍ଗ ପ୍ଲାମ୍‌ ସିଟିରୁ ଏହି କୁମ୍ଭୀର ଛଆକୁ ଧରିଥିଲେ। ଏହାପରେ ଯୁବକ ଜଣକ ହାତରେ କୁମ୍ଭୀର ଛୁଆକୁ ଜୋରଜବରଦସ୍ତ ଧରି ମଦ ପିଆଇଥିଲେ। ଫଳରେ କୁମ୍ଭୀରଟି ସମ୍ପୃକ୍ତ ଯୁବକଙ୍କ ହାତକୁ କାମୁଡ଼ି ଦେଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣାରେ ଉକ୍ତ ଯୁବକ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗକୁ ଗିରଫ କରାଯାଇଛି। ଫ୍ଲୋରିଡା ଫିଶ୍‌ ଏଣ୍ଡ୍‌ ୱାଇଲ୍ସଲାଇଫ୍‌ କନ୍‌ଜର୍‌ଭେସନ୍‌ କମିଶନ ପକ୍ଷରୁ ଘଟଣାର ଯାଞ୍ଚ କରାଯାଇ ଏମାନେ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଥିଲା।

You might also like