ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ କଣ୍ଠସ୍ୱର ନକଲ କରି ଶୋ’ ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଚମ୍ପଟ୍ ମାରିଲା ଠକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ପୁଅର ସମ୍ପର୍କୀୟ କହି ଗାଡ଼ି ଶୋ’ ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଛମ୍ପଟ୍‌ ମାରିଲା ଠକ। ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କର କଣ୍ଠସ୍ୱର ନକଲ କରି ଠକ ବ୍ୟକ୍ତି ଦାମିକିଆ ଅଡି କାର୍‌ ନେଇ ଯାଇଥିବା ଅଭିଯୋଗ ହୋଇଛି।  କାର୍‌ ଠକି ନେଇଥିବା ବ୍ୟକ୍ତିଙ୍କ ନାଁ ହେଲା ସୁରେଶ ପୁତ୍ର ଭନୱାରଲାଲ୍‌ ଘାଞ୍ଚି। ତାଙ୍କ ଘର ରାଜସ୍ଥାନର ପାଲୀ ଜିଲ୍ଲାରେ।

ଘାଞ୍ଚି ପ୍ରଥମେ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ଭଏସ୍‌ରେ ଅଡି ଶୋ’ ରୁମ୍‌ର ମାଲିକଙ୍କ ସହ କଥା ହୋଇଥିଲା। ଏବଂ କହିଥିଲା, ମୋର ଜଣେ ଲୋକ ତୁମ ଶୋ’ ରୁମ୍‌କୁ ଯାଉଛି, ତାକୁ ତମେ ଭଲ କଣ୍ଡିସନ୍‌ ଥିବା ସେକେଣ୍ଡ ହେଣ୍ଡ୍‌ ଅଡି କାର୍‌ ଦେଇଦେବ।

କିଛି ସମୟ ପରେ ସେଇ ଘାଞ୍ଚି ଶୋ’ ରୁମ୍‌ରେ ପହଞ୍ଚି ତାକୁ ବୈଭବ ପଠାଇଥିବା କହିଥିଲା। ଏହାପରେ ସେ ଶୋ’ରୁମ୍‌ ମ୍ୟାନେଜର୍‌ଙ୍କୁ କହିଥିଲା, “ମୁଁ ବୈଭବ ଗେହଲଟଙ୍କ ସହ କଥା କରାଇଦେଉଛି, ମୋତେ ତୁମେ କାର୍‌ ଦିଅ।” ଏଥିପାଇଁ ଘାଞ୍ଚି ଶୋ’ ରୁମ୍‌ ମାଲିକଙ୍କୁ ଅଗ୍ରୀମ ୫୦ ଲକ୍ଷ ୭୫ ହଜାର ଟଙ୍କାର ଚେକ୍‌ ଦେଇଥିଲେ। ଏହାପରେ ଘାଞ୍ଚି ନିଜ ପସନ୍ଦର ଗାଡ଼ି ନେଇଯାଇଥିବା ଶୋ’ ରୁମ୍‌ର ମ୍ୟାନେଜର କହିଥିଲେ।

ଶୋ’ରୁମ୍‌ ମାଲିକ ଏହି ଚେକ୍‌କୁ ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ। ହେଲେ ଚେକ୍‌ଟି ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ପରେ କୌଣସି ଅଡି କାର୍‌ ମୁଖ୍ୟମନ୍ତ୍ରୀଙ୍କ ପୁଅର ଫୋନ୍ ଆସି ନଥିବା ଶୋ’ ରୁମ୍‌ର ମାଲିକ ଜାଣିବାକୁ ପାଇଥିଲେ।

ତେବେ ଘାଞ୍ଚି ଏଭଳି ଲୁଟ୍‌ ପ୍ରଥମ ଥର ପାଇଁ କରିନାହିଁ। ପୂର୍ବରୁ ମଧ୍ୟ  ଅଗଷ୍ଟ ୧୯ ତାରିଖ ଦିନ ପୂର୍ବତନ ବିଧାୟକ ଭୀମରାଜ ଭାଟିଙ୍କ ଭଏସ୍‌ ନକଲ କରି ଅନ୍ୟ ଏକ ଶୋ’ ରୁମ୍‌ରୁ ଦୁଇଟି ଗାଡ଼ି ନେଇଯାଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘାଞ୍ଚିଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like