ମାଟି ତଳୁ ନାବାଳିକାର ଶବ ବାହାର କରି ଦୁଷ୍କର୍ମ ଉଦ୍ୟମ କରୁଥିଲା ଅଭିଯୁକ୍ତ

ଦିସପୁର: ମୃତ ନାବାଳିକାର ଶବ ସହିତ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୫୦ ବର୍ଷର ବ୍ୟକ୍ତିକୁ ଗିରଫ କରିଛି ଆସାମ ପୁଲିସ୍‌। ଆସାମର ଧେମାଜି ଜିଲ୍ଲା ସିଳାପଥର ପୁଲିସ୍‌ ଷ୍ଟେସନ୍‌ ଅଧିନ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। କିଛିଦିନ ତଳେ କୌଣସି କାରଣରୁ ଜଣେ ୧୪ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଝିଅର ଶବକୁ ସୀମେନ୍‌ ନଦୀ କୂଳରେ ପୋତି ଦେଇଥିଲେ ପରିବାର ଲୋକେ।

ରିପୋର୍ଟ ଅନୁସାରେ, ମେ ୧୭ ତାରିଖ ରାତିରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କୁ ଦେମ୍‌ଗାଓଁର ସିମେନ୍‌ ନଦୀ କୂଳରେ ସମାଧୀ ଦେଇଥିଲେ ପରିବାର ଲୋକେ।

ତା ପର ଦିନ ଅପରାହ୍ନରେ ଜଣେ ବ୍ୟକ୍ତିଙ୍କୁ ଏହି ନାବାଳିକାର ଶବ ସହିତ ଦୁଷ୍କର୍ମ କରିବାର ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ କିଛି ମତ୍ସଜୀବୀ। ଏହାପରେ ତୁରନ୍ତ ସେମାନେ ଅଭିଯୁକ୍ତକୁ ଧରି ପୁଲିସ୍‌ ଜିମା ଦେଇଥିଲେ। ପରେ ଅଭିଯୁକ୍ତ ନାଁ ଅକନ ସାଇକିଆ ବୋଲି ଜଣାପଡ଼ିଥିଲା। ସେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ନାବାଳିକାର ଶବକୁ ଖୋଳି ବାହାର କରିଥିଲା ବୋଲି ପୁଲିସ୍‌ ପାଖରେ ସ୍ୱୀକାର କରିଥିଲା।

ଏହି ଘଟଣା ପରେ ଶୀଳାପଥର ପୁଲିସ୍‌  ପୋସ୍କୋ ଆକ୍ଟର ସେକ୍‌ସନ୍‌ ୮ ଅଧିନରେ ଥିବା ଆଇପିସି ଧାରା ୩୦୬ ଓ ୩୭୭ ଧାରାରେ ଅଭିଯୁକ୍ତକୁ ଗିରଫ କରିଛି। ଏ ନେଇ ଜିଲ୍ଲା ଏସ୍‌ପି ଧନଞ୍ଜୟ ଘଣୱତ୍‌ ସୂଚନା ଦେଇଛନ୍ତି।

ଧିମାଜି ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ୍‌ ହେଡ୍‌କ୍ୱାର୍ଟର୍ ପ୍ରଦୀପ କୱଁରଙ୍କ ସୂଚନା ଅନୁସାରେ, ସିକିଆ ନିକଟରେ ଜେଲ୍‌ରୁ ମୁକୁଳିଥିଲା। କରୋନା ଭାଇରସ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିକିଆକୁ ଜେଲ୍‌ରୁ ମୁକୁଳାଇ ଦିଆଯାଇଥିଲା।

You might also like