ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗୟା: ମରୁଭୂମିକୁ ଚାଷୋପଯୋଗୀ କରିବା, ପାହାଡ଼ କାଟି ରାସ୍ତା ତିଆରି କରିବା ପରି ଘଟଣା ଆମେ ଶୁଣିଛୁ। ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲା କୋଠିଲଓ୍ୱା ଗାଁରେ।  ନିଜ ଜମିକୁ ପାଣି ମଡ଼ାଇବା ଲାଗି ସରକାରଙ୍କ ପାଖରେ ଗୁହାରି କରି ବିଫଳ ହେବାପରେ ଜଣେ ଚାଷୀ   ୩ କିଲୋମିଟର ଲମ୍ବର କେନାଲ ଖୋଳିଛନ୍ତି। ଏହି କେନାଲ ଦ୍ଵାରା ସେ ଖାଲି ନିଜ ଜମିକୁ ପାଣି ନେଉନାହାନ୍ତି ବରଂ ସାରା ଗାଁର ଚାଷୀ ଏହା ଦ୍ୱାରା ଲାଭ ପାଇଛନ୍ତି।

ପାହାଡ଼ର ଛାତି ଚିରି ରାସ୍ତା କରିଥିବା ବିହାର ଗୟାର ଦାଶରଥି ମାଞ୍ଝିଙ୍କୁ ନେଇ ଫିଲ୍ମ ହୋଇ ସାରିଛି । ଦାଶରଥିଙ୍କ ପରେ ଏବେ ଗୟା ଜିଲ୍ଲା କୋଠିଲଓ୍ୱାର ଲୁଙ୍ଗି ଭୈୟା ବି ଏମିତି ଏକ ସଫଳତାର କାହାଣୀ ରଚନା କରିଛନ୍ତି। ଗୟା ସହରଠାରୁ ୯୦ କିଲୋମିଟର ଦୂର ବାଙ୍କେବଜାର ସବଡିଭିଜନ୍ କୋଠିଲଓ୍ୱାର ଲୁଙ୍ଗି ଭୈୟା ୩୦ ବର୍ଷ ଧରି ଏହି ଉଦ୍ୟମ ଚଳାଇ ଆସିଛନ୍ତି । ଏକୁଟିଆ  ନିଜ ଜମିକୁ ପାଣି  ଆଣିବା ଲାଗି ନାଳ ଖୋଳି ଦେଇଛନ୍ତି।

ପାଣି ଅଭାବ ଯୋଗୁଁ ଗାଁ ଲୋକେ ଖାଲି ମକା ଓ ଖରାଟିଆ ଫସଲ କରୁଥିଲେ ।  ଗାଁ ଲୋକେ ସରକାରଙ୍କୁ ଅନୁରୋଧ କରିଥିଲେ ନାଳ ଖୋଲିବା ଲାଗି।  ହେଲେ ସରକାର କୌଣସି ପଦକ୍ଷପ ନ ନେବାରୁ ଲୁଙ୍ଗି ଭୈୟା ନିଜେ ନିଜେ ଏକୁଟିଆ ନାଳ ଖୋଳିବାରେ ଲାଗିଥିଲେ। ଶେଷରେ ୩୦ ବର୍ଷରେ ଜମିକୁ ନାଳ ଖୋଳି ପାଣି ଆଣିବାରେ ସଫଳ ହୋଇଛନ୍ତି ।

ଜଳସେଚନ ସୁବିଧା ନଥିବାରୁ ଚାଷ କରୁଥିବା ଯୁବକମାନେ ଗାଁ ଛାଡ଼ି ସହରକୁ ପଳାଉଥିଲେ। ହେଲେ ଏବେ ନାଳ ହେବା ପରେ ଗାଁ ଲୋକେ ଚାଷ ଆରମ୍ଭ କରୁଛନ୍ତି। ପ୍ରଥମେ  କାହା ତରଫରୁ ପାରିଶ୍ରମିକ ମିଳୁନଥିବାରୁ ପରିବାର ଲୋକେ ନାଳ ଖୋଳିବାକୁ ମନା କରୁଥିଲେ। ହେଲେ କାହା କଥା ନ ଶୁଣି ସେ ଗଲା ୩୦ ବର୍ଷ ଧରି ସେ ନାଳ ଖୋଳି ଚାଲିଥିଲେ। ହେଲେ ଏବେ ଘର ଓ ବାହାର ଲୋକ ସମସ୍ତେ ତାଙ୍କ କାମରେ ଖୁସି ହେଉଛନ୍ତି।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like