ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭୋପାଳ: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି।ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଞ୍ଚି ଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି  ମଧ୍ୟପ୍ରଦେଶ ସିଓନୀ ଜିଲ୍ଲା ଖଟିଆ ଗାଁର ଜଣେ ଯୁବକ। ତାଙ୍କ ନାଁ ଗୁରୁଚରଣ ବୋଲି ଜଣାପଡ଼ିଛି।

ଗଣେଶ ବିସର୍ଜନ ସମୟରେ ଗୁରୁଚରଣ ନାଚୁଥିଲେ। ଖୁସିରେ ବିଭୋର ହୋଇ ନାଚୁଥିବା  ସମୟରେ ହଠାତ୍‌ ସେ ତଳେ ପଡ଼ିଯାଇଥିଲେ, ତା’ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୁରୁଚରଣ ନାଗିନ୍‌ ଡ୍ୟାନ୍ସ କରୁଛନ୍ତି। ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ନାଚୁଛନ୍ତି। ଏହି ସମୟରେ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ତଳେ ମାଡ଼ ହେବାପରେ ସେ ବେହୋସ୍‌ ହୋଇଯାଇଥିଲେ। ଯାହାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।

ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ଗୁରୁଚରଣଙ୍କର ମୃତ୍ୟୁ ଘଟି ସାରିଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like