କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ
ସିଡ୍ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ।
ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।
ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍ ସମୁଦ୍ର କୂଳରେ ଏପରି ଘଟଣା ଦେଖିବାକୁ ମିଳିଛି। ପାଣି ଭିତରେ ଜଣେ ବ୍ୟକ୍ତିଙ୍କୁ ସାର୍କ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ। ପରେ ପୋଲିସ୍ ପହଞ୍ଚି ତାଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ସେଠାରେ ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହେଇଥିବା ପୋଲିସ୍ ଏକ ବିବୃତିରେ କହିଛି।
ବ୍ରୁମ୍ ଟାଉନ୍ର ପାଖରେ ଥିବା ଏହି ୨୨ କିଲୋମିଟର ଦୀର୍ଘ କେବୁଲ୍ ବିଚ୍ରେ ସାର୍କ ଆକ୍ରମଣ ଘଟଣା ବିରଳ। ଏହି ବ୍ୟକ୍ତିଙ୍କ ମୃତ୍ୟୁ ଅଷ୍ଟ୍ରେଲିଆରେ ଜଳ ଜନିତ ଅଷ୍ଟମ ଘଟଣା ବୋଲି ଗୋଟିଏ ଏଜେନ୍ସି ପ୍ରକାଶ କରିଛି।
ତେବେ ଏହି ବିଚ୍ରେ ଯେତେବେଳେ ଲୁଣି ଜଳରେ ରହୁଥିବା କୁମ୍ଭୀର ଦେଖାଯାଆନ୍ତି ସେତେବେଳେ ଏହି ସ୍ଥାନକୁ ବର୍ଷକୁ ଥରେ ବା ଦୁଇଥର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ଏବଂ ଅନ୍ୟ ସମୟରେ ଖୋଲା ରହିଥାଏ।