ଫୋନ କରି କଲ୍‌ଗର୍ଲଙ୍କୁ ଡକାଇଲେ, ହେଲେ ଆସିଲେ….

ଉଦ୍ଧମ ସିଂ ନଗର:ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ସ୍ଥିତ କାଶୀପୁରରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଫୋନ କରି ଜଣେ କଲଗାର୍ଲକୁ ଡାକିଲେ। ହେଲେ ଯେତେବେଳେ କଲଗର୍ଲ ଆସି ପହଞ୍ଚିଲେ,ତାଙ୍କ ହୋସ ଉଡ଼ିଗଲା। ଏହି କଲଗର୍ଲ ଜଣକ ଆଉ କେହି ନୁହଁନ୍ତି, ତାଙ୍କର ପତ୍ନୀ ଥିଲେ। ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ଚିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।

କାଶୀପୁର ଏଏସ୍‌ପି ରାଜେଶ ଭଟ୍ଟଙ୍କ କହିବା ଅନୁଯାୟୀ, ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କର ପତ୍ନୀ ସେକ୍ସ ରାକେଟ୍‌ ସହ ସମ୍ପର୍କ ରଖିଛନ୍ତି। ଅନ୍ୟପକ୍ଷେ ମହିଳାଙ୍କ କହିବା କଥା ହେଲା, ଫେସ୍‌ବୁକ୍‌ରେ ତାଙ୍କ ସମ୍ପର୍କରେ ଥିବା ଜଣେ ମହିଳା ତାଙ୍କୁ ବଦ୍‌ନାମ କରିବା ପାଇଁ ଏପରି ଫସାଇ ଦେଇଛନ୍ତି। ପୁଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରୁଛି।

କୁହାଯାଉଛି, ଆଇଟିଆଇ ଥାନା ଅଧୀନରେ ଥିବା ଦିନେଶପୁରର ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ପତ୍ନୀ ବିବାହର କିଛି ଦିନ ପରେ ମନୋମାଳିନ୍ୟ ଘଟିବାରୁ ତାଙ୍କ ବାପଘରକୁ ପଳାଇ ଗଲେ। କିଛି ଦିନ ପରେ କେହି ଜଣେ ତାଙ୍କୁ କହିଲେ କି ତାଙ୍କ ପତ୍ନୀ ସେକ୍ସ ରାକେଟରେ ଅଛନ୍ତି। ଏପରି ଅଭିଯୋଗ ପାଇବା ପରେ ସେ ପତ୍ନୀଙ୍କୁ ରଙ୍ଗେହାଥ୍‌ ଧରିବାକୁ ଚାହିଁଲେ। ତେଣୁ ସେ କାଶୀପୁରରେ ସେକ୍ସ ରାକେଟ ଚଳାଉଥିବା ଜଣେ ମହିଳାଙ୍କ ସହ ଯୋଗାଯୋଗ କଲେ। ଏହି ମହିଳାଜଣକ ତାଙ୍କୁ କିଛି ଯୁବତୀଙ୍କ ନା
କହିଥିଲେ ଯେଉଁଥିରେ ତାଙ୍କ ପତ୍ନୀଙ୍କ ନାମ ମଧ୍ୟ ଥିଲା।

ସ୍ୱାମୀ ନିଜେ ଗ୍ରାହକ ସାଜି ପତ୍ନୀଙ୍କ ନାମ ଥିବା କଲଗର୍ଲଙ୍କୁ ଡାକିଥିଲେ। ମହଳାଜଣକ କଲ୍‌ ପାଇବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାର୍ଯ୍ୟସ୍ଥାନରେ ପହଞ୍ଚି ଯାଇଥିଲେ। ହେଲେ ସାମ୍ନାରେ ଯେତେବେଳେ ଗ୍ରାହକ ଭାବେ ନିଜ ସ୍ୱାମୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ପରେ ଦୁହେଁ ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ। ଏବେ ଘଟଣାର ତଦନ୍ତ ଚାଲିଛି ।

 
You might also like