ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର : ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା

  • ପାରିବାରିକ କଳହର କରୁଣ ପରିଣତି
  • ସ୍ତ୍ରୀକୁ ଘରକୁ ନେବା ଜିଦରୁ ବିବାଦ ଆରମ୍ଭ ହେଲା
  • ମାଡ଼ପିଟ ହେଲେ ଶ୍ୱଶୁର-ଜ୍ୱାଇଁ
  • ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା

ହମିରପୁର : ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର । ସାମାନ୍ୟ କଳି ପାଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି ଯୁବକ । ଉତ୍ତରପ୍ରଦେଶ ହମିରପୁରରେ ଅଭାବନୀୟ ଘଟଣା ଘଟିଛି । ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି ଶଳା । ଯୁବକ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଆହୁରି ଗୁରତର ହେବାରୁ ପୀଡିତଙ୍କୁ କାନପୁର ରେଫର କରିଛନ୍ତି ଡାକ୍ତର । ପାରିବାରିକ କଳହ ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି ।

ହମିରପୁର ଜିଲ୍ଲା ଲଲପୁରା ଥାନା ଅଞ୍ଚଳର ପୌଥିଆଁ ଗାଁ ନିବାସୀ ଗୁରୁ ପ୍ରସାଦଙ୍କ ସାନ ଝିଅଙ୍କ ବିବାହ ଜୁନ ୬ରେ ଅନୁଷ୍ଠିତ ହୋଇଥିଲା । ସହୁରାପୁର ଗାଁ ନିବାସୀ ସୁରେଶ ଓ ବଡ଼ ଝିଅ ଶିବକାନ୍ତୀ ପିଲାଙ୍କ ସହ ବିବାହରେ ସାମିଲ ହେବା ପାଇଁ ଆସିଥିଲେ । ଧୁମଧାମରେ ବିବାହ ହେବା ପରେ ଘରକୁ ଫେରିବା ପାଇଁ ଯୁବକ ଜଣକ ବାହାରିଥିଲେ । ତେବେ କିଛି ସମୟ ପାଇଁ ଶଳା ସହିତ ବାହରକୁ ଚାଲିଯାଇଥିଲେ ସୁରେଶ ଏବଂ ମଦ ପିଇ ଘରକୁ ଫେରିଥିଲେ ।  ଘରକୁ ଫେରିବା ପରେ ମଦ ନିଶାରେ ସ୍ତ୍ରୀକୁ ସାଥୀରେ ନେଇଯିବାକୁ ଯିଦ୍‌ କରିଥିଲେ ।

ହେଲେ ସାଥୀରେ ଯିବା ଶିବକାନ୍ତୀ ଅମଙ୍ଗ ହୋଇଥିଲେ । ଏହି କାରଣ ପାଇଁ ଶ୍ୱଶୁର ଜ୍ୱାଇଁ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇତିଲା । ଏଥିପାଇଁ: ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା । ମଦ ନିଶାରେ ଥିବାରୁ ସୁରେଶକୁ ବାଡ଼େଇ ତଳେ ପକାଇ ଦେଇଥିଲେ ତାଙ୍କ ଶ୍ୱଶୁର । ଆଉ ଏହି ସମୟରେ ନିକଟରେ ଛିଡ଼ା ହୋଇଥିବା ଶଳା ନିଜ ବାଇକରୁ ପେଟ୍ରୋଲ ଆଣି ଭିଣୋଇ ଉପରେ ପକାଇ ନେଇ ଦିଆସିଲି ମାରି ଦେଇଥିଲା । ଫଳରେ ନିଆଁରେ ପୋଡ଼ି ଯାଇଥିଲେ ଯୁବକ । ସୁରେଶଙ୍କ ଦେରେ ନିଆଁ ଲାଗିଥିବା ଦେଖି ପଡୋଶୀ ଘର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତାଙ୍କୁ ତୁରନ୍ତ ହମିରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କାନପୁର ରେଫର କରାଯାଇଛି ।

ସେପଟେ ଏନେଇ ସୁରେଶଙ୍କ ପରିବାର ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଲଲପୁରା ପୋଲିସ୍ ମାମଲା ଛାନଭିନ୍ ଆରମ୍ଭ କରିଛି । ପୀଡିତଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ପୀଡିତଙ୍କ ସ୍ତ୍ରୀ କହିଛନ୍ତି, ତାଙ୍କ ବିବାହକୁ ୧୭ ବର୍ଷ ହୋଇସାରିଛି । ହେଲେ ସୁରେଶ ସବୁବେଳେ ମଦ ପିଇ ତାଙ୍କୁ ପିଟାମରା କରନ୍ତି । ଯଦ୍ୱାରା ମହିଳା ଜଣକ ତିନି ଛଆଙ୍କୁ ନେଇ ବାପଘରେ ରୁହନ୍ତି ।

You might also like