ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିଲେ, ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ନିଚ୍ଛକ ପ୍ରେମର ଅନେକ କରୁଣ ପରିଣତି ଆମେ ଶୁଣି ଆସିଛୁ। ଫିଲ୍ମରେ ବି ଦେଖି ଆସିଛୁ।  ହେଲେ ଏମିତି ଛାତିଥରା ପରିଣତି ବୋଧହୁଏ ଆପଣ ଦେଖି ନ ଥିବେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଲୁଚି ଲୁଚି ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପରିବାର ଲୋକଙ୍କ ହାତରେ ଧରା ପଡ଼ି ଯାଇଥିଲେ ଜଣେ ଯୁବକ । ଆଉ ତା ପରେ ଯାହା ଘଟିଲା ତାହା ଥିଲା ଅତ୍ୟାନ୍ତ ହୃଦୟ ବିଦାରକ।

ଘଟଣାଟି ଏହିପରି।

ଉତ୍ତରପ୍ରଦେଶ ହରଦୋଈ ଜିଲ୍ଲାର ଭଦୈଚା ଗାଁର ମୋନୁ।  ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।  ହେଲେ ଯୁବତୀଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ଗ୍ରହଣ କରିପାରୁ ନ ଥିଲେ। ଫଳରେ ଗତ ୬ ମାସ ତଳେ ପ୍ରେମୀ ଯୁଗଳ ଘରୁ ଲୁଚି ପଳାଇ ଯାଇଥିଲେ। ହେଲେ ଝିଅ ଘର ଲୋକେ ଉଭୟଙ୍କୁ ଠାବ କରିବା ସହ ଝିଅକୁ ନିଜ ଘରକୁ ନେଇ ଆସିଥିଲେ। ଏହା ପରେ ବି ପ୍ରେମିକ-ପ୍ରେମିକା ଲୁଚି ଲୁଚି ପରସ୍ପରକୁ ଦେଖା କରୁଥିଲେ।

ଦିନେ ମୋନୁ ଲୁଚି ଲୁଚି ପ୍ରେମିକାକୁ ଦେଖା କରିବାକୁ ଆସି ତାଙ୍କ ଘର ଲୋକଙ୍କ ହାତରେ ଧରା ପଡିଗଲେ। ଆଉ ତା ପରେ ଯାହା ଘଟିଲା ତାହା ଥିଲା ଅତ୍ୟନ୍ତ ଅମାନବୀୟ…।

ପରିବାର ସଦସ୍ୟମାନେ ମିଶି ମୋନୁଙ୍କୁ ଘର ଭିତକୁ ନେଇ ସେଠାରେ ଥିବା ଏକ ଖଟିଆ ଗୋଡରେ ବାନ୍ଧି  ନିଆଁ ଲଗାଇ ଦେଲେ। ବିକଳରେ ସୋନୁ ଚିତ୍କାର କରିବା ଲାଗିଲେ। ମୋନୁଙ୍କ ପାଟି ଶୁଣି ଗାଁ ଲୋକେ କିଛି ବୁଝି ପାରି ନ ଥଲେ। ତେବେ କେହି ଜଣେ ପୁଲିସକୁ ଖବର ଦେଇଥିଲା। କିଛି ସମୟ ପରେ ପୁଲିସ ପହଞ୍ଚି ମୋନୁଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। କିନ୍ତି ସେତେବେଳକୁ  ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଥିଲା ।  ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଲକ୍ଷ୍ନୌ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଏହି ଘଟଣା ସହ ଆଉ ଏକ ଦୁଃଖଦ ଘଟଣା ଯୋଡି ହାଇଯାଇଛି। ମୋନୁଙ୍କ ମା’ ଯାହାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପୁଅର ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ପୁଲିସ ଏହି ମାମଲାରେ ସେହି ଝିଅ ସହ ୩ ଜଣଙ୍କୁ ଗିରଫ କରିଛି।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like