୨୫୦୦ ଟଙ୍କାରେ କିଣିଥିଲେ ଏଇ ପାତ୍ର, ଏବେ ଏହାର ମୂଲ୍ୟ ସାଢେ ତିନି କୋଟି

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷ ଯାହା ଆଶା କରି ନ ଥାଏ ତା’ ଠାରୁ ଯଥେଷ୍ଟ ଅଧିକ ମିଳିଯାଏ । ମୂଲ୍ୟହୀନ ବୋଲି ଭାବି ଫିଙ୍ଗି ଦେଇଥିବା ଜିନିଷ ହଠାତ୍‌ ମହଙ୍ଗା ହୋଇଯାଏ। ଏମିତି ଏକ ଘଟଣା ଘଟିଛି ଆମେରିକାରେ। ଏଠାରେ ୨୫୦୦ ଟଙ୍କା ଏକ ପାତ୍ର  ଯାହାର ମୂଲ୍ୟ ଏବେ ସାଢେ ୩ କୋଟି ଟଙ୍କା ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପାତ୍ର ସୁନା କି ରୂପାରେ ନୁହେଁ ବରଂ ମାଟିରେ ତିଆରି ହୋଇଛି।

ନବଭାରତ ଟାଇମ୍ସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ପାତ୍ରଟି ୧୫ ଶତାବ୍ଦୀର ଏକ ଚୀନ୍‌ କଳାକୃତି। ଏହାକୁ ୩୫ ଆମେରିକୀୟ ଡଲାରରେ କିଣା ଯାଇଥିଲା। ଏବେ ଏହାର ନିଲାମ କରାଯାଉଛି। ବର୍ତ୍ତମାନ ଏହାର ଦାମ ୧୫ ହଜାରରୁ ୫ ଲକ୍ଷ ଡଲାର ପର୍ଯ୍ୟନ୍ତ ଗଲାଣି। ବର୍ତ୍ତମାନ ଏହାର ମୂଲ୍ୟ ୩.୬ କୋଟି ପର୍ଯ୍ୟନ୍ତ ଯାଇଛି, ତେବେ ଯିଏ ଅଧିକ ବିଡ୍‌ ଦେବ ତାକୁ ଏହି ପାତ୍ର ମିଳିବ। ମାର୍ଚ୍ଚ ୧୭ ତାରିଖ ଏହି ପାତ୍ରର ନିଲାମ ଡକାଯିବ।

୬ ଇଞ୍ଚ (୧୬ ସେଣ୍ଟି ମିଟର) ଏହି ପାତ୍ରର ନିଲାମ ନ୍ୟୁୟର୍କ ସିଟିର ସୋଥବୀରେ କରାଯିବ। ମାର୍ଚ୍ଚ ୧୭ ତାରିଖ ଏହି ପାତ୍ର ସହ ଅନ୍ୟ ୭ଟି ପାତ୍ରର ନିଲାମ ଡକାଯିବ। ସୋଥବୀର ବରିଷ୍ଠ ଉପାଧ୍ୟକ୍ଷ ମେକଏଟରଙ୍କ କହିବା ଅନୁଯାୟୀ, ପାତ୍ରର ଆଶାତୀତ ଦରବୃଦ୍ଧି  ଏକ ଆଶ୍ଚର୍ଯ୍ୟ ଘଟଣା। ପାତ୍ରଟି କେବେ ତିଆରି ହୋଇଥିଲା ତାହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ସତ ହେଲେ ବିଶେଷଜ୍ଞମାନେ ଏହା ୧୪୦୦ ଦଶକର ହୋଇଥାଇ ପାରେ ବୋଲି ଅନୁମାନ କରିଛନ୍ତି।

You might also like