ଗୋଚାଲାଣକାରୀ ଭାବି ପିଟି ପିଟି ମାରିଦେଲେ

ଜୟପୁର: ଘରକୁ ଦୁଇଟି ଗାଈ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ନଜର ଥିଲା ଅଲଗା। ଭାବିନେଲେ ଗୋଚାଲାଣକାରୀ, ଆଉ ପିଟି ପିଟି ମାରିଦେଲେ।  ସୌଭାଗ୍ୟବଶତଃ ଅନ୍ୟ ଜଣେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ନିଜ ଜୀବନ ବଞ୍ଚାଇ ପାରିଛନ୍ତି।

ସୂଚନା ମୁତାବକ, ରାଜସ୍ଥାନ ଅଲଓ୍ୱର ଜିଲ୍ଲା କୋଲ୍‌ଗାଁରେ ଆକବର ଖାନ୍‌ ନାମକ ଜଣେ ବ୍ୟକ୍ତି ରାତିରେ ନିଜ ସହଯୋଗୀଙ୍କ ସହିତ ଘରକୁ ଦୁଇଟି ଗାଈ ନେଉଥିଲେ। ତେବେ ତାଙ୍କୁ ଗୋଚାଲାଣକାରୀ ଭାବି ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଯେଉଁଥିରେ ଆକବର ଖାନ୍‌ଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରାୟ ବର୍ଷେ ତଳେ ଏହି ଅଲଓ୍ୱର ଜିଲ୍ଲାରେ ପେହଲୁ ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଏଭଳି ମିଛ ଗୋଚାଲାଣ ଅଭିଯୋଗରେ ପିଟି ପିଟି ମାରି ଦିଆଯାଇଥିଲା।  କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏଭଳି ଘଟଣା ଉପରେ ଉଦ୍‌ବେଗ ପ୍ରକାଶ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏହା ସହିତ ସଂସଦରେ ନୂଆ ଆଇନ କରିବାକୁ ପରାମର୍ଶ ଦେଇଥିଲେ। ୪ ବର୍ଷ ଭିତରେ ଏମିତି ପିଟି ପିଟି ୪୫ ଜଣଙ୍କୁ ହତ୍ୟା କରାଗଲାଣି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

You might also like