ପଶ୍ଚିମବଙ୍ଗରେ ‘ୟାସ’ର ପ୍ରଭାବ; ୩ ଲକ୍ଷରୁ ଅଧିକ କୋଠା କ୍ଷତିଗ୍ରସ୍ତ

କୋଲକାତା: ବାତ୍ୟା ୟାସ ଓଡ଼ିଶା ସମେତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଜୁଆର ଏବଂ ବାତ୍ୟା ଯୋଗୁ ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ୟାସ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୟାସ ପାଇଁ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ପଶ୍ଚିମବଙ୍ଗରେ ୩ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ପୂର୍ବ ମେଦିନପୁର, ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା ଗସ୍ତ କରିବେ । କ୍ଷତିଗ୍ରସ୍ତ ଇଲାକାକୁ ଏକ କୋଟିର ସହାୟତା ପଠାଇଛନ୍ତି ।

ବାତ୍ୟା ଯୋଗୁ ରାଜ୍ୟର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ସତେ ମେଦିନପୁର ଏବଂ ଦକ୍ଷିଣ ୨୪ ପ୍ରଗଣାର ଅନେକ ଇଲାକା ଜଳମଗ୍ନ ହୋଇଯାଇଛି । ସମୁଦ୍ର ଜୁଆର ନଡିଆ ଗଛ ଉଚ୍ଚରେ ମାଡି ଆସୁଥିବା ଦେଖିବାକୁ ମିଳିଛି । ନଦୀ ଜଳରେ କାର ଭାସୁଥିବା ଦେଖିବାକୁ ମିଳିଛି । ବାତ୍ୟା ୟାସ ପ୍ରଭାବରେ ସମୁଦ୍ରରେ ୨ ମିଟର ଅଧିକ ଉଚ୍ଚ ଲହରୀ ଉଠୁଛି ।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଜଳସ୍ତର ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗି ଯାଇଛି । ଏହି କାରଣରୁ ଅନେକ ଗାଁ ଜଳମଗ୍ନ ହୋଇ ଯାଇଛି । ହୁଗ୍‌ଳି ଏବଂ ରୂପନାରାୟଣ ସମେତ ଅନେକ ନଦୀର ଜଳସ୍ତର ବଢିଯାଇଛି ।

ସୂଚନାଥାଉ କି, ଗତକାଲି ଅପରାହ୍ନରେ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଥିଲା । ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିବା ଏହି ଟର୍ଣ୍ଣାଡୋ ଯୋଗୁ ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଥିଲା

ସକାଳ ୯ଟାରେ ବାତ୍ୟା ୟାସ ଲ୍ୟାଣ୍ଡଫଲ୍ ଆରମ୍ଭ କରିଥିଲା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଥିଲା  ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ଥିଲା । ବାଲେଶ୍ୱର ଓ କେନ୍ଦୁଝରରେ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।   ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗାଁରେ ପାଣି ପଶିଛି। କିଛି ସ୍ଥାନରେ ୱାଟର ଲଗିଙ୍ଗ ବି ହୋଇଛି ବୋଲି SRC କହିଛନ୍ତି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି।

 

You might also like