ପୁଣି ରୁଷିଲେ ଦିଦି! କହିଲେ, ଆମ କଥା କେନ୍ଦ୍ର ଶୁଣୁନି

କୋଲକାତା: କରୋନା ଗାଇଡଲାଇନକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ମମତା। କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ପଶ୍ଚିମବଂଗର ଆପତ୍ତି। କରୋନା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନେବା ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ଏଭଳି ନକରି ତରବରିଆ ନିଷ୍ପତ୍ତି ନେଉଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମମତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଗୋଟିଏ ପଟେ ଲକଡାଉନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ଅନ୍ୟପଟେ ଦୋକାନ ଖୋଲିବାକୁ କହୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟମାନେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମମତା।

ସେପଟେ ତାଙ୍କ ରାଜ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ କ୍ୱାରେଣ୍ଟାଇନ୍ ପାଇଁ ସରକାରଙ୍କ ପାଖରେ ସୁବିଧା ନାହିଁ। ତେଣୁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ମମତା ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like