ମମତା ସବୁବେଳେ କୁହନ୍ତି “ହବେନା” କିନ୍ତୁ ଆମେ ନିଶ୍ଚିତ ଜିତିବୁ: ଜେପି ନଡ୍ଡା

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆକ୍ରମଣର ଶିକାର ହେବା ପରେ ମମତାଙ୍କ ସରକାର ବିରୋଧରେ ବର୍ଷିଛନ୍ତି। ମମତାଙ୍କର ଟିଏମ୍‌ସି ସରକାରଙ୍କୁ ଦୃଢ଼ ନିନ୍ଦା କରିବା ସହିତ ପଶ୍ଚିବଙ୍ଗରେ ବିଜେପି ହିଁ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଆକ୍ରମଣରେ ଶିକାର ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି “ସେ(ମମତା ବାନାର୍ଜୀ) ସବୁବେଳେ କହୁଛନ୍ତି ‘ହବେନା’ କିନ୍ତୁ ଆମେ ନିଶ୍ଚୟ ଜିତିବୁ। ସେ ଜାଣିସାରିଲେଣି ଯେ ସେ ହାରିସାରିଲେଣି,ଏଇ ମାଟିକୁ ହରାଇ ସାରିଲେଣି।”

ଆଜି ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନ୍‌ଭୟ ଉପରେ ପ୍ରବଳ ପଥର ମାଡ଼ ହେବା ସହ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଡାଇମଣ୍ଡ ହାରବର୍‌ରୁ ଦକ୍ଷିଣ ୨୪ ପ୍ରଗଣା ଯିବା ବେଳେ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ନଡ୍ଡାଙ୍କ ସହ ସାଧାରଣ ସଭାରେ ଯୋଗଦେବାକୁ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭର୍ଗିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଏକାଧିକ ନେତା ଥିଲେ।

ଏହାପରେ ପ୍ରତିକ୍ରିୟା ଦେଇ ନଡ୍ଡା କହିଥିଲେ ଯେ ଏକ ଜାତୀୟ ଦଳର ସଭାପତିଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ପଶ୍ଚିମବଙ୍ଗବାସୀ ଆଦୌ ଗ୍ରହଣ କରିବେନି। ସରକାର ଆତ୍ମଗର୍ବରେ ଅଛନ୍ତି, ତୁରନ୍ତ ଗାଦିଚ୍ୟୁତ୍ ହେବ। ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ।

 

You might also like