କୋଲକାତାରେ ବିରୋଧୀ ମେଳି, ବହିଲା ମୋଦି ବିରୋଧୀ ଝଡ଼

କୋଲକାତା: କୋଲକାତାରେ ମୋଦି ସରକାରଙ୍କ ବିରୋଧରେ ଖୁବ୍‌ ବର୍ଷିଛନ୍ତି ବିରୋଧୀ। ସାଧାରଣ ନିର୍ବାଚନ ପୂର୍ବରୁ କୋଲକାତାରେ ଏକାଠି ଶକ୍ତି ପ୍ରଦର୍ଶନ କରିଛନ୍ତି ସବୁ ବିରୋଧୀ ଦଳ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏହି ମହାମେଳିର ଆୟୋଜନ ହୋଇଥିଲା।

ଏଥିରେ ଯୋଗ ଦେଇଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଗୁଜରାଟର ଯୁବ ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେଓ୍ୱାନି, ଏନ୍ସିପିର ଶରଦ ପାଓ୍ୱାର, ଜେଏମ୍‌ଏମ୍‌ର ହେମନ୍ତ ସୋରେନ, ବିହାରର ପୂର୍ବତନ ସାଂସଦ ଶରଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଡିଏମ୍‌କେ ମୁଖ୍ୟ ଏମ.କେ. ଷ୍ଟାଲିନ୍‌ ଯୋଗ ଦେଇଥିଲେ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ମହାମେଳିରେ ଯୋଗ ଦେଇ ନଥିଲେ ମଧ୍ୟ ଏହାକୁ ସମର୍ଥନ କରୁଥିବା ଜଣାଇଛନ୍ତି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ, ଅଭିଷେକ ମନୁ ସିଙ୍ଗଭି ମହାମେଳିରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ  କ’ଣ ହେବ ରଣନୀତି ଏହା ନେଇ ମଧ୍ୟ ପ୍ରସ୍ତୁତ ହୋଇପାରେ ରୋଡ୍‌ମ୍ୟାପ୍। ହଜାର ହଜାର ଲୋକେ ଏହି ସମାବେଶରେ ଯୋଗ ଦେଇଛନ୍ତି।

You might also like