ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ।

ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଯଶୋଦାବେନ। ଏହାପରେ ଗୁଜରାଟ ଯିବା ପାଇଁ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେହି ସମୟରେ ମମତା ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯିବା ଲାଗି କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିଲେ। ହଠାତ୍‌ ଯଶୋଦାବେନଙ୍କୁ ଦେଖି ମମତା ଏକରକମ୍‌ ତାଙ୍କ ପାଖକୁ ଦୌଡି ଯାଇଥିଲେ।

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ  ଆଜି ପ୍ରଥମ ଥର ପାଇଁ ମମତା ବାନାର୍ଜୀ ତାଙ୍କୁ ଭେଟିବାକୁ ଯାଉଛନ୍ତି। ନିର୍ବାଚନ ବେଳେ ମୋଦି ଓ ମମତା ପରସ୍ପରକୁ ସମାଲୋଚନା କରୁଥିଲେ। ଏମିତିକି ମୋଦିଙ୍କ ଶପଥ ସମାରୋହ ପର୍ବକୁ ମଧ୍ୟ ମମତା ଆସିନଥିଲେ। ନିକଟରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂଶୋଧିତ ମୋଟର ଯାନ ଆଇନକୁ ମମତା ସମାଲୋଚନା କରିଥିଲେ। ଏମିତିକି ପଶ୍ଚିମ ବଙ୍ଗରେ ଏହି ନୂଆ ଆଇନକୁ ଲାଗୁ କରିନଥିଲେ।

ମୋଦିଙ୍କ ସହ ଏହି ଭେଟଘାଟ ସମୟରେ ମମତା ପଶ୍ଚିମବଙ୍ଗର ପ୍ରସଙ୍ଗ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ବାବଦରେ ଆଲୋଚନା କରିବେ।

ଗତକାଲି ମୋଦିଙ୍କ ୬୯ତମ ଜନ୍ମଦିନ ଅବସରରେ ମମତା ବାନାର୍ଜୀ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like