ମାଲିରେ ସାମରିକ ବିଦ୍ରୋହ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବନ୍ଦୀ

ବାମାକୋ (ମାଲି): ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସାମରିକ ବିଦ୍ରୋହ ଉଗ୍ର ରୂପ ନେଇଛି। ବିଦ୍ରୋହୀମାନେ ସେନା ରାଷ୍ଟ୍ରପତି Ibrahim Boubacar Keita ଓ ପ୍ରଧାନମନ୍ତ୍ରୀ Boubou Cisseଙ୍କୁ ବନ୍ଦୀ କରିଛନ୍ତି ।  ବନ୍ଧୁକ ମୁନରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ବନ୍ଦୀ କରାଯାଇଥିବା ସୂଚନା ମିଳିଛି।

ଦୁଇ ରାଷ୍ଟ୍ରମୁଖ୍ୟ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ସେନା ଏହି ବିଦ୍ରୋହ କରିଥିବାର ସୂଚନା ମିଳିଛି । ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି।  ବନ୍ଦୀ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଦେଶରେ କୌଣସି ରକ୍ତପାତ ହେଉ, ଏହା ସେ ଚାହାନ୍ତି ନାହିଁ । ଗୃହଯୁଦ୍ଧକୁ ଏଡ଼ାଇବା ପାଇଁ ନିଜ ପଦରୁ ସେ ଓହରି ଯାଇଛନ୍ତି।

ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କୁ ମଧ୍ୟ ବନ୍ଦୀ କରାଯାଇଛି । ଉଭୟଙ୍କୁ ମଙ୍ଗଳବାର ଅପରାହ୍ନରେ ରାଜଧାନୀ ବାମାକୋ ନିକଟବର୍ତ୍ତୀ କାଟି ସହରର ମିଲିଟାରୀ ବେସ୍‌ରେ ରଖାଯାଇଛି।

ମାଲିରେ ଏହି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି ମିଳିତ ଜାତିସଂଘ । ତୁରନ୍ତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରୀ

 

You might also like