ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଶ୍ରୀନଗରର ଏକ ହୋଟେଲରେ ଯୁବତୀଙ୍କ ସହ ମେଜର ଗୋଗୋଇଙ୍କୁ ଦେଖିବାକୁ ମିଳିଥିଲା। ଏହି ଘଟଣାରେ କୋର୍ଟ ଅଫ୍‌ ଇନକ୍ୱାରୀ କରାଯାଇ ମେଜର ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିପାଇଁ ତାଙ୍କୁ କୋର୍ଟ ମାର୍ଶାଲ କରାଯାଇପାରେ।

କାର୍ଯ୍ୟରେ ଥିବା ସମୟରେ କୌଣସି ଅଜଣା ଲୋକଙ୍କ ସହ କେଉଁ ଉଦ୍ଦେଶ୍ୟ ନେଇ ମେଜର ଗୋଗୋଇ ଦେଖା କରିଥିଲେ ସେ ନେଇ ତଦନ୍ତ କରାଯାଇଥିଲା। ମେ ୨୩ରେ ମେଜର ଲିଟୁନ ଗୋଗୋଇ ଜଣେ କାଶ୍ମୀର ମହିଳାଙ୍କ ସହ ଶ୍ରୀନଗରର ଏକ ହୋଟେଲକୁ ଯାଇଥିଲେ। ଯେଉଁଠି କାଶ୍ମୀର ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା।

You might also like