ଓଏନ୍‌ଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୫ ମୃତ

ମହାରାଷ୍ଟ୍ର: ନଭି ମୁମ୍ବାସ୍ଥିତ ଉରଣ  ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ ବା ONGCର  ଏଲ୍‌ପିଜି ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି। ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ନିଆଁ ଲାଗି ଯାଇଥିବା ଜଣାଯାଇଛି । ପ୍ଲାଣ୍ଟ ଏତେ ଜୋରରେ ଜଳୁଛି ଯେ, ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି।  ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଥିବା ଜଣାଯାଇଛି। ଶୀତଳ ଭଣ୍ଡାରରେ ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟର ୨ କିମି ପର୍ଯ୍ୟନ୍ତ ଇଲାକାକୁ ଖାଲି କରି ଦିଆଯାଇଛି।

ଅନ୍ୟପକ୍ଷେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଚକୁ ଆସୁଥିବା ଗ୍ୟାସ୍‌କୁ ଗୁଜରାଟ ହାଜିରା ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯାଇଛି । ପ୍ଲାଣ୍ଟ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ସକାଳ ୭.୩୦ ମିନିଟ୍‌ରେ ପ୍ଲାଣ୍ଟରେ ଏକ ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣ କାରଣ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନା ଥାଉ କି, ଗତ ଶନିବାର ଦିନ ମହାରାଷ୍ଟ୍ରର ଧୁଲେ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ବସ୍ଫୋରଣ ଘଟିଥିଲା। ଏତେ ଜୋର୍‌ରେ ବିସ୍ଫୋରଣ ହୋଇଥିଲା ଯେ, ଅନେକ ଦୂର ପର୍ଯ୍ୟନ୍ତ ଏହାର ଆବାଜ ଶୁଣା ଯାଇଥିଲା। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like