ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ଯାଇଛି।

ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ଜଣାପଡ଼ିଛି।

ନିଆଁ ଲାଗିବା ପରେ ଜୋର୍‌ରେ ପବନ ବହୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି। ସେପଟେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।

You might also like