କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

କାନପୁର: ନାଟକୀୟ ଢଙ୍ଗରେ ବିକାଶ ଦୁବେକୁ ଆଜି ଗିରଫ କରିଛି ପୋଲିସ୍। ଆଜି ସକାଳ ୮ଟା ବେଳେ ମନ୍ଦିର ଗେଟ୍ ପାଖରେ ପହଞ୍ଚିଥିଲା ବିକାଶ।  ଫେକ୍ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲା ବିକାଶ।

ଯାହାପରେ ବିକାଶକୁ ଟ୍ରାକ୍ କରୁଥିବା ଅନ୍ୟ ପୋଲିସ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ମନ୍ଦିରକୁ ଯିବା ପରେ ପୁରା ଅଞ୍ଚଳକୁ କର୍ଡନ୍ କରିଥିଲା ଫୋର୍ସ । ମନ୍ଦିରରୁ ବାହାରିବାର କିଛି ସମୟ ପୂର୍ବରୁ ହିଁ ବିକାଶକୁ କାବୁ କରି ନେଇଥିଲା ୟୁପି ଏସ୍‌ଟିଏଫ୍ ଓ ମଧ୍ୟପ୍ରଦେଶ ପୋଲିସର ମିଳିତ ଟିମ୍।

ଏହି ସମୟରେ ବିକାଶ ଦୁବେ ବେଶ ଚମତ୍କାର ଢଙ୍ଗରେ କହିଥିଲା ଯେ ‘ମୁଁ ବିକାଶ ଦୁବେ, କାନପୁର ୱାଲା’। ସେ ଦୁଇ ଥର ଚିତ୍କାର କରି ଏଭଳି କଥା କହିଥିଲା। ଏପରିକି ପୁଲିସ୍‌ ତା’କୁ ସେଠାରୁ ଗିରଫ କରି ଭ୍ୟାନ୍‌ ନିକଟକୁ ଆଣିବା ବେଳେ ବି ସେ ‘ମୁଁ ବିକାଶ ଦୁବେ, କାନପୁର ୱାଲା’ ବୋଲି କହିଥିଲା।

ତଥାପି ବିକାଶ ପୋଲିସ୍ ପଞ୍ଝାରୁ ଖସି ଯିବା ସମ୍ଭାବନା ଥିବାରୁ ଏହାକୁ ନେଇ ବେଶ ସତର୍କ ଥିଲେ ପୋଲିସ୍ ଅଧିକାରୀ।ବିକାଶକୁ ପ୍ରାୟ ଡଜନରୁ ଅଧିକ ପୋଲିସ୍ ଘେରି ରହିଥିଲେ। ବିକାଶର ଗିରଫଦାରି ନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା। ଏହାସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଥା ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like