ହରିଅାଣା ସିବିଏସଇ ଟପ୍ପର ଛାତ୍ରୀ ଗଣଦୁଷ୍କର୍ମ ମାମଲା

୩ ଅଭିଯୁକ୍ତଙ୍କୁ ୫ ଦିନିଅା ରିମାଣ୍ଡରେ ନେଲା ପୁଲିସ

ଜୟପୁର : ହରିଅାଣା ରେଓ୍ୱାଡି ଗଣଦୁଷ୍କର୍ମ ମାମଲାରେ ପଦାକୁ ଅାସୁଛି ସାଂଘାତିକ ତଥ୍ୟ। ଏହି ଅମାନବୀୟକାଣ୍ଡରେ ସଂପୃକ୍ତ ଅଛନ୍ତି ୧୦ରୁ ଅଧିକ ଅଭିଯୁକ୍ତ। ପୀଡିତାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି।

ସେପଟେ ସୁପରିକଳ୍ପିତ ଯୋଜନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନିଶୁ ଫୋକଟ୍ ଏହି କାଣ୍ଡ ଭିଅାଇ ଥିବା ଜଣାାପଡିଛି। ଯେଉଁ ସ୍ଥାନରେ ଗଣ ଦୁଷ୍କର୍ମ ହୋଇଥିଲା ସେଇ ଜମିର ମାଲିକ ତଥା ଅନ୍ୟତମ ଅଭିଯୁକ୍ତ ଦିନ୍ ଦୟାଲ ପୁଲିସକୁ ଏହି ତଥ୍ୟ ଦେଇଛି। ସେ ପୁରା ଘଟଣା ସଂପର୍କରେ ଅାଗରୁ ଜାଣିଥିବା ସ୍ୱୀକାର କରିଛି।

ସେପଟେ ଏହି ମାମଲାରେ ଗିରଫ ଡାକ୍ତର ସଂଜୀବର ପାଶବିକ ପ୍ରବୃତ୍ତିର ବି ଖୁଲାସା ହୋଇଛି। ଡାକ୍ତର ସଜୀବ ଘଟଣା ବେଳେ ହିଁ ସେଠାରେ ଉପସ୍ଥିତ ଥିଲା ଓ ସେ ବି ଅପରାଧରେ ସମଭାଗୀ ବୋଲି ପୁଲିସକୁ ସୁରାକ୍ ମିଳିଛି।

ଘଟଣାର ଅନ୍ୟତମ ଅଭିଯୁକ୍ତ ସେନା ଯବାନ ପଙ୍କଜ ଓ ମନିଷକୁ ଧରିବା ଲାଗି ପୁଲିସ ଜୋରଦାର ଉଦ୍ୟମ ଚଳାଇଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ଲାଗି ଖୋଳତାଡ଼ ଜାରି ରହିଛି। ସେପଟେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିବା ପରେ ତତ୍ପର ହୋଇଛନ୍ତି ହରିଅାଣା ସରକାର। ଅଭିଯୁକ୍ତମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର।  ସେହିପରି ଯେଉଁମାନେ ଅଭିଯୁକ୍ତଙ୍କୁ ଅାଶ୍ରୟ ଦେବେ ସେମାନଙ୍କ ବିରୁଦ୍ଧରେ କଠୋର ଅାଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଟ୍ଟର ଚେତାବନୀ ଦେଇଛନ୍ତି।

ସେପଟେ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ମାନସିକ ସ୍ଥିତିରେ ବି ସୁଧାର ଅାସିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛି। ଅନ୍ୟପଟେ ମାମଲାକୁ ନେଇ ଦିଲ୍ଲୀରେ ତେଜିଛି ବିରୋଧା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ହରିୟାଣା ଭବନ ଅାଗରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗତ ବୁଧବାର ଦିନ ହରିୟାଣାର ରେୱାଡିରେ ସିବିଏସ୍ଇରେ ଟପ୍ କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ୧୯ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ସେ କୋଚିଂ କ୍ଲାସକୁ ଯାଉଥିବା ବେଳେ ତିନି ଜଣ ଦୁବୃର୍ତ୍ତ ତାଙ୍କୁ କାରରେ ଅପରହଣ କରିନେଇଥିଲେ। ପରେ ନିଶା ଇଞ୍ଜେକସନ୍ ଦେଇ ୧୦ରୁ ଅଧିକ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିା ହରିୟାଣା ପୁଲିସର ଏସ୍ଅାଇଟି ମାମଲାର ତଦନ୍ତ କରୁଛି।

You might also like