ମହାତ୍ମାଗାନ୍ଧିଙ୍କୁ ଭାରତ ରତ୍ନ ଦେବା ଦାବିରେ ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ହୋଇଥିବା ଆବେଦନକୁ ଗ୍ରହଣ କରି ଏହା ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଗାନ୍ଧିଜୀ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ୱରେ।

ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଦେଶର କୌଣସି ଔପଚାରିକ ସମ୍ମାନ ଦେବା ଆବଶ୍ୟକ ନାହିଁ। ଏଣୁ ଅଦାଲତ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେନି ବରଂ ଆବେଦନକାରୀ ଏନେଇ ସରକାରଙ୍କୁ ଲେଖନ୍ତୁ ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ମଧ୍ୟ ଗାନ୍ଧିଜୀଙ୍କୁ ଭାରତ ରତ୍ନ ଦେବା ଲାଗି ଆବେଦନ କରାଯାଇଛି। ସବୁଥର କୋର୍ଟ ଏହା କହି ଖାରଜ କରି ଦେଇଛନ୍ତି।

You might also like