କରୋନା ନେଲା ପୁଣି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍‌ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍‌ ଟ୍ୱିଟ୍‌ରେ ଟ୍ୱିଟ୍‌କରି କହିଛନ୍ତି ଯେ, କୁର୍ଲା ଟ୍ରାଫିକ୍‌ ଡିଭିଜନରୁ ଏଚ୍‌.ସି ଶିବାଜୀ ନାରାୟଣ ସୋନାୱେନ୍‌(୫୬)ଙ୍କର ମୃତ୍ୟୁର ସୂଚନା ଦେଇ ଆମେ ଦୁଖିତଃ। ଏଚ୍‌.ସି ଶିବାଜୀ କରୋନା ଭାଇରସରେ ଆକ୍ରାନ୍ତ ଥିଲେ। ଆମେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ।

ଖବର ଅନୁଯାୟୀ, ରାଜ୍ୟରେ ୧୦୦ ରୁ ଅଧିକ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପୂର୍ବରୁ ମୁମ୍ବାଇ ପୋଲିସର ଦୁଇଜଣ ହେଡ଼ କନ୍‌ଷ୍ଟେବଲଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଥିଲା। ରବିବାର ସୁଦ୍ଧା ରାଜ୍ୟରେ ୧୦୭ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ରବିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ‘ଦୁଇ ପୋଲିସ କନ୍‌ଷ୍ଟେବଲଙ୍କ ମୃତ୍ୟୁ ହୋଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ମୁଁ ବାରମ୍ବାର ସଂଯମତା ରକ୍ଷା କରିବାକୁ କହୁଛି। ଯେତେବେଳେ କୌଣସି ଜାଗାରେ କିଛି ଘଟଣା ଘଟୁଛି, ଲୋକମାନେ ପ୍ରଥମେ ପୋଲିସ ଉପରେ ଅଭିଯୋଗ କରୁଛନ୍ତି। ଏହି ପୋଲିସ ଦିନରାତି ଆମ ମାନଙ୍କ ପାଇଁ କାମ କରୁଛନ୍ତି। କରୋନା ସହ ଯୁଦ୍ଧ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

 

 

ଆହୁରି ପଢ଼ନ୍ତୁ

You might also like