ମଝିବିଲରେ ଯୁବକଙ୍କୁ ମାଡ଼ି ବସିଥିଲା ବାଘ, ଆଉ ତା’ପରେ…

ଯୁବକ ଜଣକ ତଳେ ଆଉ ବାଘ ତାଙ୍କ ଉପରେ। ଝାମ୍ପ ମାରି ବସିଥିଲା। ପିଠି ଉପରେ ପଡ଼ିଥିଲା ଦୁଇଗୋଡ।  ଖାଇବାକୁ ଆଉ କେତୋଟି ମୁହୂର୍ତ୍ତ ବାକିମାତ୍ର। ନିସ୍ତେଜ ହୋଇ ପଡିଥାନ୍ତି ଯୁବକଜଣକ । ବିଲ ଆଉ ତା’ପରେ ଯାହା ହେଲା ଆପଣି ଶୁଣିଲେ ବିଶ୍ୱାସ କରିବେ ନାହିଁ।

ଗପ ନୁହେଁ, ସତ। ଘଟିଛି ମହାରାଷ୍ଟ୍ରରେ। ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ବିଲର ଦୃଶ୍ୟ। ବିଲର ମାଟି ଉପରେ ଶୋଇ ରହିଥିଲେ ଜଣେ ବ୍ୟକ୍ତି। ଆଉ ତାଙ୍କ ଉପରେ ବାଘ। ଦେଖିଲେ ତ ଲାଗୁଥିଲା ବୋଧହୁଏ ଶିକାରକୁ ମାରି ଜଗି ବସିଛି ବାଘଟି। ହେଲେ କିଛି ସମୟ ଏପରି ବସିବା ପରେ ହଠାତ୍‌ ବାଘ ଦୌଡ଼ିବା ଆରମ୍ଭ କଲା। ଆଉ ତା’ ପରେ ତଳେ ଶୋଇଥିବା ବ୍ୟକ୍ତିଜଣକ ଉଠି ବସିଲେ ।

ପ୍ରକୃତରେ ବାଘ ହାବୁଡ଼ରେ ପଡ଼ିବା ପରେ ଯୁବକଜଣକ ମରିଯାଇଥିବା ଅଭିନୟ କରୁଥିଲେ। କାରଣ ସେ ଜାଣିଥିଲେ, ସାମାନ୍ୟ ହଲଚଲ ହେଲେ ବାଘଟି ତାଙ୍କୁ ମାରିଦେବ। ତେଣୁ ସେ ନିଃଶ୍ୱାସ ଏକ ପ୍ରକାର ବନ୍ଦ କରି ପଡ଼ି ରହିଥିଲେ। ଏହି ଭିଡିଓଟି ଟ୍ୱିଟରରେ ସେୟାର କରିଛନ୍ତି ଜଣେ ଇଣ୍ଡିଆନ ଫରେଷ୍ଟ ଅଫିସର ପ୍ରବୀଣ କାସ୍‌ବାନ।

ଏହି ଭିଡିଓ ତଳେ ଲେଖିଛନ୍ତି, ଦେଖନ୍ତୁ କେମିତି ଜଣେ ବ୍ୟକ୍ତି ମୃତ୍ୟୁ ମୁହଁରୁ ନିଜକୁ ବଞ୍ଚାଇ ପାରୁଛନ୍ତି। ବାଘ ଶିକାର କରି ପାରିଥାନ୍ତା। କିନ୍ତୁ ବେଶି ଭିଡ଼କୁ ଦେଖି ଡରି ଡରି ଯାଇଥିଲା। ଯାହା ହେଉ, ବାଘ ବା ମଣିଷ କାହାରି କିଛି କ୍ଷତି ହୋଇ ନାହିଁ।

ଜାନୁଆରୀ ୨୫ ତାରିଖ ଏହି ଭିଡଓ ଟ୍ୱିଟରରେ ଶେୟାର କରାଯାଇଛି।  ବର୍ତ୍ତମାନ ସୁଦ୍ଧା ଏହାର ଭ୍ୟୁ ୨୮ ହଜାରରୁ ଅଧିକ ହେଲାଣି। ୨ ହଜାରରୁ ଅଧିକ ଲାଇକ୍‌ ଏବଂ ୫୦୦ରୁ ଅଧିକ ରିଟୁଇଟ୍‌ ହେଲାଣି।

ଏହି ଘଟଣା ମହାରାଷ୍ଟ୍ର ଭଣ୍ଡାର ଜିଲ୍ଲାର ତୁମସରରେ ଘଟିଥିବା ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

 

You might also like