ଚଳନ୍ତା ଟ୍ରେନ୍ ଓ ପ୍ଲାଟ୍ଫର୍ମ ମଝିରେ ଫସିଗଲେ ଯାତ୍ରୀ, ଆଉ ତା’ପରେ…
ଠାଣେ: ଚଳନ୍ତା ଟ୍ରେନ୍ରେ ଚଢ଼ୁଥିଲେ ସାବଧାନ। ଆପଣଙ୍କର ଟିକିଏ ଅସାବଧାନତା ଆପଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ସୌଭାଗ୍ୟବଶତଃ ଜଣେ ଯାତ୍ରୀ, ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁଠି ନିଶ୍ଚିତ ମୃତ୍ୟୁ ବୋଲି ସମସ୍ତେ ଭାବି ନେଇଥିଲେ କିନ୍ତୁ ଦେବଦୂତ ସାଜି ଦୁଇ ଜଣ ଆରପିଏଫ୍ ଯବାନ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଗତ ଶୁକ୍ରବାର ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଥିବା କଲ୍ୟାଣ ରେଲ୍ୱେ ଷ୍ଟେସନର ଏହି ଅଘଟଣ ଘଟିଥିଲା। ମନ୍ସୁର ଅହମ୍ମଦ ନାମକ ଏହି ବୃଦ୍ଧ ପ୍ଲାଟ୍ଫର୍ମ ନମ୍ବର ୪ରେ ପଞ୍ଜାବ ମେଲ୍ ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଏହି ସମ୍ରରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ପ୍ଲାଟଫର୍ମର ମଧ୍ୟଭାଗରେ ପଡ଼ି ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଆରପିଏଫ୍ ଯବାନ ଏସ୍ସି ଯାଦବ ଏବଂ ଜିତେନ୍ଦ୍ର ଗୁର୍ଜର ଦୌଡ଼ି ଯାଇ ବୃଦ୍ଧଙ୍କ ହାତକୁ ଟାଣି ଆଣି ତାଙ୍କର ଜୀବନ ରକ୍ଷା କରିଥିଲେ। ଆର୍ପିଏଫ୍ ଯବାନଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରାଯାଉଛି।
ସୂଚନାଥାଉ କି, କିଛିଦିନ ତଳେ ମୁମ୍ବାଇ ଦହିଶର ରେଲ୍ୱ ଷ୍ଟେସନ୍ରେ ଏଭଳି ଛାତି ଥରାଇ ଦେଲାଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଳ ଲାଇନ୍ ପାର୍ ହେଉଥିବା ସମୟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଅଳ୍ପକେ ବଞ୍ଚି ଯାଇଥିଲେ। ଜଣେ କନେଷ୍ଟବଲ୍ ତାଙ୍କର ଜୀବନ ବଞ୍ଚାଇ ଥିଲେ।