୪ ମାସ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲେ ସର୍ବାଧିକ କରୋନା ଆକ୍ରାନ୍ତ; କେଉଁଠି କେମିତି ସ୍ଥିତି ଜାଣନ୍ତୁ ଅପ୍‌ଡେଟ୍

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିୟମକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। କେଉଁଠି ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଅନ୍ୟ କେଉଁଠି ମାସ୍କ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବି ଧୀରେ ଧୀରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବ ଭଳି ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗୁରୁବାର ମହାରାଷ୍ଟ୍ରରେ ୯,୮୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଗତ ୪ ମାସରେ ସର୍ବାଧିକ ହୋଇଛି। ସେହିଭଳି ଦେଶରେ ୨୪ ଘଣ୍ଟାରେ ଦେଶରେ ୧୭,୪୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜାନୁଆରୀ ୨୯ ତାରିଖ ଠାରୁ ଦିନିକିଆ ଆକ୍ରାନ୍ତ ସଂଖ୍ୟାରେ ସର୍ବାଧିକ। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୧୧,୫୬,୯୨୩ ହୋଇଥିବା ହୋଇଛି।

ସେହିଭଳି ୨୪ ଘଣ୍ଟାରେ ୮୯ ଲୋକଙ୍କର ଜୀବନ ଯାଇଛି। ଫଳରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୫୭ ହଜାର,୪୩୫ ହୋଇଛି। ଗୁରୁବାର ସୁଦ୍ଧା ଭାରତରେ ମୋଟ କରୋନା ସକ୍ରିୟ ସଂଖ୍ୟା ୧,୭୩,୪୧୩ ହୋଇଛି।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସକ୍ରିୟ ସଂଖ୍ୟା ରହିଛି। ଦେଶର ମୋଟ ସକ୍ରିୟ ସଂଖ୍ୟାରେ ୪୮ ପ୍ରତିଶତ କେବଳ ମହାରାଷ୍ଟ୍ରର। ଏହା ପଛକୁ ରହିଛି କେରଳ, କର୍ଣ୍ଣାଟକା, ପଞ୍ଜାବ ଏବଂ ତାମିଲନାଡୁ। ମୃତ୍ୟୁ ସଂଖ୍ୟାରେ ମଧ୍ୟ ମହାରାଷ୍ଟ୍ର ସର୍ବପ୍ରଥମେ ରହିଥିବା ବେଳେ ତା ପଛକୁ ତାମିଲନାଡୁ, କର୍ଣ୍ଣାଟକା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ରହିଛି।

ଦେଶରେ ମୃତ୍ୟୁ ହାର ୧.୪୧ ପ୍ରତିଶତ ରହିଥିବା ବେଳେ ପଞ୍ଜାବରେ ମୃତ୍ୟୁ ହାର ୩.୧୮କୁ ହ୍ରାସ ପାଇଛି। ଫଳରେ ପଞ୍ଜାବରେ ମୃତ୍ୟୁ ପ୍ରତିଶତ ସର୍ବାଧିକ ହ୍ରାସ ହୋଇଛି। ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ହାର ୨.୩୯କୁ ହ୍ରାସ ପାଇଥିବା ବେଳେ ସିକ୍କିମ୍‌ରେ ମୃତ୍ୟୁ ହାର ୨.୧୯ରେ ରହିଛି।

୨୪ ଘଣ୍ଟା ମଧ୍ୟରେ ୧,୨୨୨ ସରକାରୀ ଲାବୋରୋଟାରୀ ଓ ୧,୧୭୭ ଘରୋଇ ଲାବୋରୋଟାରୀରେ ୭,୭୫,୬୩୧ କୋଭିଡ୍ ଟେଷ୍ଟ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ ୨୧,୯୧,୭୮,୯୦୮ ଟେଷ୍ଟ କରାଯାଇ ସାରିଲାଣି।

ଦେଶରେ ୨୪ ଘଣ୍ଟାରେ ୧୪,୦୩୧ କୋଭିଡ୍‌-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୧,୦୮,୨୬,୦୭୫ ହୋଇଛି।

ଟିକାରକରଣ

୨୪ ଘଣ୍ଟାରେ ଦେଶରେ ୯,୯୪,୪୫୨ ଲୋକଙ୍କୁ ଟିକା ଦିଆଯିବା ସହିତ ଏପର୍ଯ୍ୟନ୍ତ ୧,୬୬,୧୬,୦୪୮ ଟିକା ଦିଆଯାଇ ସାରିଲାଣି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୧,୩୭,୩୯,୧୨୧ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୮,୭୬ ହଜାର ୯୨୭ ଟିକା ନେଇଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି।

କରୋନା ଟିକା ନେବା ପାଇଁ Co-WIN ପୋର୍ଟାଲ୍‌ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସ୍ଥିତି

ମହାରାଷ୍ଟ୍ର- ୨୪ ଘଣ୍ଟାରେ ଏଠାରେ ୯,୮୫୫(ଗତ ୪ ମାସରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ସକ୍ରିୟ ସଂଖ୍ୟା ୮୩,୫୫୬କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୭୯,୧୮୫ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୨,୨୮୦ ଲୋକଙ୍କର ମୃତ୍ୟୁ ହୋଇଛି। ଦିନକରେ ୪୨ ଜଣଙ୍କର ଜୀବନ ଯାଇଛି।

କେରଳ- କେରଳରେ ନିୟମିତ ଭାବରେ କରୋନା ସକ୍ରିୟ ସଂଖ୍ୟା କମିବାରେ ଲାଗିଛି। ଗୁରୁବାର ସକ୍ରିୟ ସଂଖ୍ୟା ୪୬,୨୮୮ ରହିଥିବା ବେଳେ ଦିନକରେ ୨,୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୭,୦୪୪ ହୋଇଛି। ଦିନକରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୨୪୧ ହୋଇଛି।

କର୍ଣ୍ଣାଟକା- ଏଠାରେ କରୋନା ସକ୍ରିୟ ସଂଖ୍ୟା ବୃଦ୍ଧି ପାଇ ୬,୦୭୬ ହୋଇଛି। ଦିନକରେ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆରମ୍ଭରୁ ଏପର୍ଯ୍ୟନ୍ତ ୯,୫୨,୫୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୨,୩୪୬ ହୋଇଛି। ଦିନକରେ ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ପଞ୍ଜାବ-  ଦିନକରେ ୭୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୩୧୦ ହୋଇଛି। ସକ୍ରିୟ ସଂଖ୍ୟା ବୃଦ୍ଧି ୫,୫୯୩ ହୋଇଛି। ସେହିଭଳି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫,୮୭୨ ହୋଇଥିବା ବେଳେ ଦିନକରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

ତାମିଲନାଡୁଏଠାରେ କରୋନା ସକ୍ରିୟ ସଂଖ୍ୟା ୩,୯୯୦କୁ ହ୍ରାସ ପାଇଥିବା ବେଳେ ଦିନକରେ ଚିହ୍ନଟ ହୋଇଛନ୍ତି ୪୮୯ ଆକ୍ରାନ୍ତ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୫୨,୯୬୭ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨,୫୦୪ ହୋଇଛି।

ଓଡ଼ିଶା- ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି। ଦିନକରେ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୩,୪୭୬୭ ହୋଇଛି ଓ ମୋଟ ସକ୍ରିୟ ସଂଖ୍ୟା ୭୯୨ ରହିଛି। ସେହିପରି ୮୪୦୫୦୪୨ ଟେଷ୍ଟ କରାଯାଇଛି।

You might also like