ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର। ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ଆସନରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରି। କାରଣ ଏହି ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହେବାକୁ ଆଶା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଯଦି ସେ ଏପରି କରିବାରେ ସଫଳ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବ।

ମେ ୨୮ ତାରିଖରେ ତାଙ୍କର ୬ ମାସର କଣ୍ଟ ପୂରୁଛି। ଏହି ସମୟ ପୂର୍ବରୁ ନଅଟି ଆସନ ମଧ୍ୟରୁ ଗୋଟିଏରେ ନିର୍ବାଚିତ ହୋଇ ବିଧାନସଭାର ସଦସ୍ୟ ହେବାକୁ ଆଶା ରଖିଛନ୍ତି ଉଦ୍ଧବ।

ରାଜ୍ୟପାଳ ନିର୍ବାଚନ କମିଶନଙ୍କୁ ଲେଖିଥିବା ଚିଠିରେ, ନିର୍ବାଚନ ତାରିଖ ଘୋଷଣା କରିବାକୁ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ଦେଶବ୍ୟାପୀ ଜାରି ହୋଇଥିବା ଲକ୍‌ଡାଉନ୍‌ରେ ଅନେକ କୋହଳ କହିଛନ୍ତି। ତେଣୁ କେତେକ ଗାଇଡ୍‌ଲାଇନ୍‌ରେ ରହି ବିଧାନ ପରିଷଦ ନିର୍ବାଚନ କରିହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କୋଶାରୀ।

ପ୍ରକାଶ ଥାଉକି, କରୋନା ଭାଇରସ୍‌ ପାଇଁ ନିର୍ବାଚନ କମିଶନ ରାଜ୍ୟରେ ଖାଲିଥିବା ଏହି ୯ ବିଧାନ ପରିଷଦ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏହାପରେ ଉଦ୍ଧବଙ୍କ ଗାଦି ଯିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ସୂଚନା ଥାଉକି, ୨୦୧୯ ନଭେମ୍ବର ୨୮ ତାରିଖରେ ମହାରାଷ୍ଚ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପରେ ତାଙ୍କୁ ବିଧାନସଭାରେ ସଦସ୍ୟ ହେବାକୁ ପଡ଼ିବ। ନହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ତେଣୁ ଆଜି ରାଜ୍ୟପାଳ ଅନୁରୋଧ ଉଦ୍ଧବଙ୍କ ଆଶ୍ୱସ୍ତିର ଖବର। ତେବେ ଏପ୍ରିଲ ୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବିଧାନ ପରିଷଦ ପ୍ରାର୍ଥୀ ଭାବେ ଉଦ୍ଧବଙ୍କ ନାଁ ସୁପାରିଶ କରିଥିଲା।

 

You might also like