ନବ ବିବାହିତଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କଲେ ପୋଲିସ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ନାସିକରେ ପୋଲିସ କର୍ମୀମାନେ ନବ ବିବାହିତ ଦମ୍ପତିଙ୍କୁ ତାଳି ମାରି ବଲିଉଡ୍ ଗୀତର ତାଳେତାଳେ ସ୍ୱାଗତ କରିଛନ୍ତି। ନବ ବିବାହିତ ଦମ୍ପତି ବାଲକୋନିରେ ଛିଡ଼ା ହୋଇଥିବା ବେଳେ କିଛି ପୋଲିସ କର୍ମୀ ତଳେ ଏକାଠି ହୋଇ ତାଳି ମାରିବା ସହ ବଲିଉଡ୍ ଗୀତ ଗାଉଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ଏକ ଦମ୍ପତି ସାମାଜିକ ଦୂରତା ବଜାୟ ରଖି ଘରେ ହିଁ ବିବାହ କରିଛନ୍ତି।

ଦମ୍ପତିଙ୍କୁ ଉତ୍ସାହିତ କରିବା ପାଇଁ ପୋଲିସ କର୍ମୀମାନେ ଏଭଳି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ପୋଲିସ କର୍ମୀମାନେ ଗୀତ ଗାଇ ତାଳି ମାରି ନବ ଦମ୍ପତିଙ୍କୁ ସ୍ୱାଗତ କରୁଥିବା ବେଳେ ପାଖ ପଡ଼ୋଶୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ।

You might also like