ମହାରାଷ୍ଟ୍ର ମନ୍ତ୍ରୀଙ୍କ ଭବିଷ୍ୟବାଣୀ: ଜୁଲାଇ-ଅଗଷ୍ଟରେ ରାଜ୍ୟରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର

  • ଜୁଲାଇ-ଅଗଷ୍ଟରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର
  • ମହାରାଷ୍ଟ୍ରରେ ଗୁରୁବାର ଦିନ ୬୬,୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ ଜଣଙ୍କ ମୃତ୍ୟୁ
  • ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ଏବେ ବେକାବୁ ଥିବାବେଳେ ସ୍ଥିତି ମଧ୍ୟ ସାଙ୍ଘାତିକ। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ଅଧିକ ଭୟଙ୍କର ହୋଇପଡ଼ିଛି। ଦ୍ଵିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ମହାରାଷ୍ଟ୍ର ଓ ଦିଲ୍ଲୀରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ କରୋନା ସ୍ଥିତିକୁ ନେଇ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମହାରାଷ୍ଟ୍ରରେ ଜୁଲାଇ-ଅଗଷ୍ଟରେ କରୋନା ସଂକ୍ରମଣର ତୃତୀୟ ଲହର ଦେଖିବାକୁ ମିଳିପାରେ।

ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, Epidemiologists (ମହାମାରୀ ବିଶେଷଜ୍ଞ)ଙ୍କ କହିବା ଅନୁସାରେ, ଜୁଲାଇ କିମ୍ବା ଅଗଷ୍ଟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖିବାକୁ ମିଳିପାରେ। ମହାରାଷ୍ଟ୍ରରେ ମେ’ ଶେଷ ସୁଦ୍ଧା କରୋନା ପ୍ଲାଟୋ ସ୍ତରରେ ପହଞ୍ଚିପାରେ। ଯଦି ଜୁଲାଇ କିମ୍ବା ଅଗଷ୍ଟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସେ, ତା’ହାଲେ ରାଜ୍ୟ ପ୍ରଶାସନ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ।

ମହାରାଷ୍ଟ୍ରରେ ଗୁରୁବାର ଦିନ ୬୬,୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ ଜଣଙ୍କ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୫ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ କଟକଣାରୁ ଜରୁରୀ ସେବାକୁ ବାଦ ଦିଆଯାଇଛି।

ସେପଟେ, ମୁମ୍ବାଇରେ ଆଜିଠୁ ତିନି ଦିନ ପାଇଁ ଟିକାକରଣ ବନ୍ଦ ରହିଛି। ଆବଶ୍ୟକ ପରିମାଣର ଟିକା ଡୋଜ ଅଭାବ ଯୋଗୁ ଟିକାକରଣ ବନ୍ଦ ଥିବା ସୂଚନା ମିଳିଛି।

ଦେଶରେ ଦିନକରେ ସର୍ବାଧିକ ଗତକାଲି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ସର୍ବାଧିକ ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ଘଟିଥିଲା

କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି ।

 

You might also like