ଏହି ରାଜ୍ୟକୁ ପୁଣି ଫେରିବ ଲକଡାଉନ୍‌

ଲକଡାଉ‌ନ୍‌ ହେବ ମହାରାଷ୍ଟ୍ର

ମହାରାଷ୍ଟ୍ର: ଦିନକୁ ଦିନ ବଢିବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାରେ ଆଉ ଲଗାମ୍‌ ନାହିଁ। ତେଣୁ ସାରା ରାଜ୍ୟରେ ଲକଡାଉନ୍‌ ଘୋଷଣା କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଖୁବ୍‌ଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ିଛି। ସେପଟେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଦେଶରେ ବିଶେଷ କରି ମହାରାଷ୍ଟ୍ରରେ ସ୍ଥିତି ଗୋଟିଏ ପ୍ରକାର ଅଣାୟତ୍ତ ହୋଇଗଲାଣି। ତେଣୁ ଏବେ ରାଜ୍ୟରେ ଲକଡାଉନ୍‌ ନିହାତି ଦରକାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ଏମିତି  କି ଉଦ୍ଧବଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହା ଉପରେ ଆଲୋଚନା ହୋଇଛି ଓ ଆଗାମୀ ସମୟରେ ଏହି ନିଷ୍ପତ୍ତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟ୍‌ରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କାରଣ କରୋନା ପ୍ରତି ଘଂଟାରେ ସଂକ୍ରମଣ ବଢାଉଛି। ତେଣୁ ଏପରି କଠିନ ସମୟରେ ଏମିତି ନିଷ୍ପତ୍ତି ନେବା ଛଡ଼ା ସରକାରଙ୍କ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ। ଜୀବନ ବଂଚାଇବାକୁ ଏମିତି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟବାସୀଙ୍କୁ ଭ୍ୟାକ୍ସିନ ଦେବା ଲାଗି  ସରକାର ମଧ୍ୟ ଜୋରସୋରରେ ଉଦ୍ୟମ କରୁଛନ୍ତି।

କେମିତି ଅଳ୍ପ ସମୟ ମଧ୍ୟରେ ଅନେକ ଲୋକଙ୍କୁ ଭ୍ୟାକ୍ସିନ୍‌ ଦେଇ ହେବ ସେନେଇ ବୈଠକ ମଧ୍ୟ ହୋଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସକ ସମସ୍ତ ନାଗରିକଙ୍କୁ ଭ୍ୟାକ୍ସିନ୍‌ ଦିଆଯିବ। ତେବେ ରାଜ୍ୟରେ ଯେପରି କରୋନା ରୋଗୀଙ୍କ ଲାଗି ଅକ୍ସିଜେନ୍‌ର ଅଭାବ ନ ହୁଏ ସେଥିଲାଗି ଆମେ  ଅନ୍ୟରାଜ୍ୟରୁ ମଧ୍ୟ ୩୦୦ ମ୍ୟାଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌  ଆମଦାନୀ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାସହ କରୋନା ଔଷଧ ରାଜ୍ୟରେ କେମିତି ସହଜରେ ମିଳିବ ସେନେଇ ନିଷ୍ପତି ହେଉଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି।

ତେବେ ଦେଶରେ ଆଜି ବି ରେକର୍ଡ କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି ।

You might also like