କଙ୍ଗନା ଡ୍ରଗ୍ସ ନେବା ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ-କଙ୍ଗନା-ଶିବସେନା ବିବାଦ ଦିନକୁ ଦିନ ଜଟିଳ ହେଉଛି । କଙ୍ଗନାଙ୍କୁ ବିଭିନ୍ନ ଆଡୁ ଘେରିବାକୁ ଜାଲ ବିଛାଇଛି ମହାରାଷ୍ଟ ଉଦ୍ଧବ ଠାକ୍‌‌ରେ ସରକାର । ବିଏମସିକୁ ଲଗାଇ କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ଏବେ କଙ୍ଗନା ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଉଦ୍ଧବ ସରକାର । ଏ ନେଇ କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି ।

ଅନ୍ୟପକ୍ଷେ କଙ୍ଗନା ବି ଚୁପ୍‌ ବି ରହିନାହାନ୍ତି । ଶିବସେନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା। ଜଣେ ମହିଳାଙ୍କୁ ତାଙ୍କ ସରକାର ଏତେ ନିର୍ଯାତନା ଦେଉଥିବାବେଳେ ସେ କେମିତି ଚୁପ୍‌ ରହିଛନ୍ତି ସେ ନେଇ କଙ୍ଗନା ସୋନିଆଙ୍କୁ ପ୍ରଶ୍ନ କରିଛନ୍ତି ।

ତେବେ କଙ୍ଗନା ଡ୍ରଗ୍ସ ନେଉଥିବା ଅଭିଯୋଗର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।  ମହାରାଷ୍ଟ୍ର ସରକାର ଏହି ଆଦେଶ ଦେବା ପରେ କଙ୍ଗନାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟରୁ ଜଣାଯାଇଛି, ଜଣେ ବରିଷ୍ଠ ପୋଲିସୂ ଅଧିକାରୀ କହିଛନ୍ତି, ଏହି ମାମଲାର ଯାଞ୍ଚ କରିବା ପାଇଁ ସିଟି ପୋଲିସକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଆଦେଶ ମିଳିଛି ।

ସୂଚନାଥାଉ କି, ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିବ । ଅନ୍ୟପକ୍ଷେ କଙ୍ଗନା କହିଛନ୍ତି, ଯଦି ସେ ଡ୍ରଗ୍ସ ନେଉଥିବା ପ୍ରମାଣିତ ହୋଇଯିବ ତେବେ ସେ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ।

କଙ୍ଗନା, ଏକ ଟୁଇଟ୍‌ କରି କହିଛନ୍ତି, ‘ମୁଁ ମୁମ୍ବାଇ ପୋଲିସ ଏବଂ ଅନିଲ ଦେଶମୁଖଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରୁଛି । ଦୟକରି ମୋର ଡ୍ରଗ୍ସ ଟେଷ୍ଟ କରାନ୍ତୁ । ମୋ କଲ୍‌ ରେକର୍ଡସକୁ ବି ଯାଞ୍ଚ କରନ୍ତୁ । ଯଦି ଆପଣଙ୍କୁ କୌଣସି ଡ୍ରଗ୍ସ ପେଡଲର‌୍ ଲିଙ୍କ ମିଳିଯିବ ତେବେ ମୁଁ ମୋ ଭୁଲ୍‌କୁ ସ୍‌:ୀକାର କରିବି ଏବଂ ସବୁଦିନ ପାଇଁ ମୁମ୍ବାଇ ଛାଡ଼ି ଚାଲିଯିବି ।’

ଏହି ଟୁଇଟ୍‌‌କୁ କଙ୍ଗନା ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି ।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

You might also like