କଙ୍ଗନା ଡ୍ରଗ୍ସ ନେବା ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: କଙ୍ଗନା-ଶିବସେନା ବିବାଦ ଦିନକୁ ଦିନ ଜଟିଳ ହେଉଛି। କଙ୍ଗନାଙ୍କୁ ବିଭିନ୍ନ ଆଡୁ ଘେରିବାକୁ ଜାଲ ବିଛାଇଛି ମହାରାଷ୍ଟ ଉଦ୍ଧବ ଠାକ୍‌ରେ ସରକାର। ବିଏମସିକୁ ଲଗାଇ କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ଏବେ କଙ୍ଗନା ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଉଦ୍ଧବ ସରକାର। ଏ ନେଇ କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି।

ଅନ୍ୟପକ୍ଷେ କଙ୍ଗନା ବି ଚୁପ୍‌ ବି ରହି ନାହାନ୍ତି। ଶିବସେନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା। ଜଣେ ମହିଳାଙ୍କୁ ତାଙ୍କ ସରକାର ଏତେ ନିର୍ଯାତନା ଦେଉଥିବାବେଳେ ସେ କେମିତି ଚୁପ୍ ରହିଛନ୍ତି ସେ ନେଇ କଙ୍ଗନା ସୋନିଆଙ୍କୁ ପ୍ରଶ୍ନ କରିଛନ୍ତି।

କଙ୍ଗନା ଡ୍ରଗ୍ସ ନେଉଥିବା ଅଭିଯୋଗର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ ଦେବା ପରେ କଙ୍ଗନାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟରୁ ଜଣାଯାଇଛି, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହି ମାମଲାର ଯାଞ୍ଚ କରିବା ପାଇଁ ସିଟି ପୋଲିସକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିଛି।

ସୂଚନାଥାଉ କି, ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିବ। ଅନ୍ୟପକ୍ଷେ କଙ୍ଗନା କହିଛନ୍ତି, ଯଦି ସେ ଡ୍ରଗ୍ସ ନେଉଥିବା ପ୍ରମାଣିତ ହୋଇଯିବ, ତେବେ ସେ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ।

କଙ୍ଗନା, ଏକ ଟୁଇଟ୍‌ କରି କହିଛନ୍ତି, ‘ମୁଁ ମୁମ୍ବାଇ ପୋଲିସ ଏବଂ ଅନିଲ ଦେଶମୁଖଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରୁଛି। ଦୟାକରି ମୋର ଡ୍ରଗ୍ସ ଟେଷ୍ଟ କରାନ୍ତୁ। ମୋ କଲ୍‌ ରେକର୍ଡସକୁ ବି ଯାଞ୍ଚ କରନ୍ତୁ। ଯଦି ଆପଣଙ୍କୁ କୌଣସି ଡ୍ରଗ୍ସ ପେଡଲର‌୍ ଲିଙ୍କ ମିଳିଯିବ ତେବେ ମୁଁ ମୋ ଭୁଲ୍‌କୁ ସ୍ୱୀକାର କରିବି ଏବଂ ସବୁଦିନ ପାଇଁ ମୁମ୍ବାଇ ଛାଡ଼ି ଚାଲିଯିବି ।’

ଏହି ଟୁଇଟ୍‌‌କୁ କଙ୍ଗନା ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like