ଜୁଲାଇ ୩୧ ଯାଏ ଲକଡାଉନ୍ ବଢ଼ାଇଲା ଏହି ରାଜ୍ୟ

ମୁମ୍ବାଇ: ଭାରତରେ କରୋନା ଭାଇରସର ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୫ଲକ୍ଷ ୪୮ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ୧୬,୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଏହି ରାଜ୍ୟରେ ଲକଡାଉନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଲକଡାଉନ୍ ସମୟରେ ରାଜ୍ୟରେ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ।

ମହାରାଷ୍ଟ୍ରରେ କରୋନା ଭାଇରସର ମାମଲା ମଧ୍ୟ ଥମିବାର ନାଁ ନେଉନାହିଁ। ଲଗାତର ପଜିଟିଭ୍ ଆକ୍ରାନ୍ତ ବଢ଼ୁଥିବାର ଦେଖି ଉଦ୍ଧବ ଠାକରେ ତିନି ମହାରାଷ୍ଟ୍ର ଅଗାଡ଼ି ସରକାର ଲକଡାଉନକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ରବିବାର ଠାକରେ କହିଥିଲେ ଯେ ଜୁନ୍ ୩୦ ତାରିଖ ପରେ ମଧ୍ୟ ରାଜ୍ୟରେ କଟକଣା ଜାରି ରହିବ। ଠାକରେ କହିଥିଲେ, କରୋନା ଭାଇରସର ବିପଦ ଏବେବି ଟଳିନାହିଁ। ଅର୍ଥବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଅନଲକ୍ ପ୍ରକ୍ରିୟାକୁ ଧୀରେ ଧୀରେ ଲାଗୁ କରାଯାଉଛି, ଯାହାକୁ ‘ମିଶନ୍ ବିଗିନ୍ ଏଗେନ୍’ ଆଖ୍ୟା ଦିଆଯାଇଛି।

ରବିବାର ମୁମ୍ବାଇ ପୁଲିସ୍ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ନିୟମିତ ବ୍ୟାୟାମ କରିବା କିମ୍ବା ଦୋକାନ ଓ ସେଲୁନ୍ ଯିବା ପାଇଁ ନିଜ ଘରଠାରୁ ୨ କିଲୋମିଟରରୁ ଅଧିକ ବାଟ ନଯିବାକୁ ନିବେଦନ କରିଥିଲା। ମହାରାଷ୍ଟ୍ର ପୂର୍ବରୁ କିଛି ରାଜ୍ୟ ମଧ୍ୟ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଲକଡାଉନକୁ ବଢ଼ାଇଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ରାଜ୍ୟରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇଥିଲେ।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ୩୧ ସୁସ୍ଥ

‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

You might also like