ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ ସରକାର

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ । ସରକାର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ପୁଣି ଏନଡିଏ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି।  ତେବେ ୨୦୧୪ ଅପେକ୍ଷା ଏନଡିଏର ଆସନ ସଂଖ୍ୟା କମିଥିଲେ ବି ଦଳ କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଛି।

ସେପଟେ ବିରୋଧୀ ଆସନରେ ଥିବା କଂଗ୍ରେସ ଓ ଏନସପି ମେଣ୍ଟ ଶାସନକୁ ଫେରିବା ଆଶା ଧୂଳିସାତ ହୋଇଥିଲେ ବି ଶାସକ ଦଳଠୁ ଏଥର ୨୫ରୁ ଅଧିକ ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଛନ୍ତି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କ୍ଷମତାଶୀନ ହେବାକୁ ମାଜିକ୍ ନମ୍ବର ୧୪୫। ଆଉ ବିଜେପି ଓ ଏହାର ସବୁଠୁ ପୁରୁଣା ସହଯୋଗୀ ଶିବସେନା ମେଣ୍ଟକୁ ମିଳିଥିବା ଜନମତ ଏ ସଂଖ୍ୟା ପାର କରିଥିବାରୁ ଲଗାତର ଦ୍ୱିତୀୟ ଥର ଲାଗି କ୍ଷମତା ଦଖଲ କରିବାକୁ ଯାଉଛି। ଏପଟେ ନିର୍ବାଚନ ପୂର୍ବରୁ ମେଣ୍ଟକୁ ଭାଇ-ଭାଇର ସମ୍ପର୍କ ବୋଲି ନାରା ଦେଉଥିବା ଉଭୟ ଦଳ କ୍ଷମତାକୁ ଆସିଥିବାରୁ ଏବେ ମୁଖ୍ୟମନ୍ତ୍ରୀ ଫିଗରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ରାଜ୍ୟରେ ପୁଣି ଥରେ ସରକାର ଗଠନ ହେବା ସମ୍ଭାବନା ଥିବା ବେଳେ ଶିବସେନା ଫିପ୍ଟି-ଫିପ୍ଟ ଫର୍ମୁଲା ଉପରେ ଜୋର୍ ଦେଉଥିବା ସଂକେତ ମିଳୁଛି।

ରାଜ୍ୟରେ ଏଥର ସରକାରୀ ବିରୋଧୀ ହାଓ୍ୱା ଥିଲେ ବି ଏଥିରୁ ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି ବିରୋଧୀ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ। ହେଲେ ଶାସକ ମେଣ୍ଟ ଠାରୁ ପ୍ରାୟ ୨୫ରୁ ଅଧିକ ଆସନ ଛଡାଇ ଆଣିବାରେ ସଫଳ ହୋଇଛନ୍ତି।

ବିଶେଷକରି ଶରଦ ପାଓ୍ୱାରଙ୍କ ଏନ୍‌ସିପି ପ୍ରତି ଜନ ସମର୍ଥନ ବୃଦ୍ଧି ଏବଂ ଦଳୀୟ ଖାତାକୁ ଗତଥର ଅପେକ୍ଷା ଅଧିକ ସିଟ୍ ଆସିଥିବାରୁ ଏଥିପାଇଁ ଜନତାଙ୍କୁ ଶ୍ରେୟ ଦେଇଛନ୍ତି ଶରଦ। ଏଣେ ଏକଦା ମହାରାଷ୍ଟ୍ରକୁ ଗଡ଼ କରିଥିବା କଂଗ୍ରେସ ଏକକ ଦଳ ଭାବେ ପୁଣି ଶୋଚନୀୟ ପ୍ରଦର୍ଶନ କରି ଆଉ ଏକ ଫ୍ଲପ୍ ସୋ’ର ନମୁନା ଦେଖାଇଛି।

You might also like