ଆସିଲା କରୋନା ଭାଇରସ୍ ଔଷଧ “କୋଭିଫର”: ୧୦୦ ମିଲିଗ୍ରାମକୁ ଦାମ୍…
ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଔଷଧ। ଏହି ଔଷଧର ନାଁ ରହିଛି କୋଭିଫର(Covifor)। ୧୦୦ ମିଲିଗ୍ରାମ କୋଭିଫର ଔଷଧର ଦାମ ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଔଷଧ ତିଆରି ପରେ କମ୍ପାନୀ ଏହାର ନାମ କୋଭିଫର୍ ରଖିଛି।
ଆଜି କମ୍ପାନୀ ୨୦,୦୦୦ କୋଭିଫର ବୋତଲ ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଛି। ଏଥିରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟ ସାମିଲ ଅଛି। ଏଥିସହିତ ଗୁଜରାଟ ଓ ତାମିଲ୍ନାଡୁ ଓ ହାଇଦ୍ରାବଦ ବି ଏହି ଔଷଧ ପାଇବେ।
ଦ୍ୱିତୀୟ ପର୍ଯ୍ୟାୟ ଔଷଧ ବିତରଣରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଯିବ। ୩-୪ ସପ୍ତାହ ମଧ୍ୟରେ କମ୍ପାନୀ ଏକ ଲକ୍ଷ ଔଷଧ ଉତ୍ପାଦନ କରିବାକୁ ଲକ୍ଷ ରଖିଛି।
ତେବେ ଏହି ଔଷଧ ଅନ୍ୟ କୌଣସି ଔଷଧ ଦୋକାନର ମିଳିବ ନାହିଁ। କେବଳ ହସ୍ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀର ଏମ୍ଡି ଭାମସୀ କ୍ରିଷ୍ଣା କହିଛନ୍ତି। ତେବେ ଗର୍ଭବତୀ ମହିଳା, ଲିଭର ଓ କିଡ୍ନୀ ଫେଲ୍ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ଅଧିକ କରୋନା ଖବର ପାଇଁ ଲିଙ୍କ ରେ କ୍ଲିକ କରନ୍ତୁ