ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ: ୩ ହଜାର ୧୨୪ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ସବୁଠୁ ଅଧିକ ବିଗିଡ଼ିଛି। ରାଜ୍ୟରେ ଏବେ ସୁଦ୍ଧା ୩ ହଜାର ୧୨୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯାହା ପୁରା ଦେଶରେ ସର୍ବାଧିକ। ସେହିଭଳି ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭୮ ଜଣଙ୍କ ମୃତ୍ୟୁ ହେଲାଣି। ପ୍ରତିଦିନ ବଢ଼ୁଥିବା ଅକ୍ରାନ୍ତଙ୍କ ସଂଖ୍ୟା ଏବେ ମହାରାଷ୍ଟ୍ରର ସ୍ଥିତି ଅଧିକ ଜଟିଳ କରିଛି।

ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଏହା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ମୁମ୍ବାଇ ଧାରାବୀରୁ ପୁଣି ଥରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାପରେ କେବଳ ଧାରାବୀରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମୁମ୍ବାଇର ୩୦ରୁ ଅଧିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯାଇ ଲୋକଙ୍କ ଯାଞ୍ଚ କରାଯାଉଛି। ସେପଟେ ବାନ୍ଦ୍ରା ଷ୍ଟେସନ୍‌ରେ ଏକତ୍ରିତ ହୋଇଥିବା ମାମଲାରେ ଏବେ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇଛି। ଏଥିରୁ ଜଣେ ସାମ୍ବାଦିକ ଥିବା ବି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଗୁଜବ ପ୍ରଚାର କରିବା ଓ ଘଟଣାକୁ ଉସକାଇବା ମାମଲାରେ ଏହି ସମସ୍ତଙ୍କୁ ଗିରଫ କରାଯାଇଛି।

You might also like