ଗୁଜରାଟରେ ଶିଶୁଙ୍କୁ କରୋନା ଭୟ; ୪୩ ଦିନରେ ୭୬ ହଜାର ସଂକ୍ରମିତ

ମୁମ୍ବାଇ:ଦେଶରେ କରୋନାର ଦ୍ଵିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପକାଇଛି ମହାରାଷ୍ଟ୍ରରେ । କୁହାଯାଉଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ବେଶି ବିପଦ ନେଇ ଆସିବ । ହେଲେ ମହାରାଷ୍ଟ୍ରରେ ଦ୍ଵିତୀୟ ଲହର ବି ପିଲାମାନଙ୍କୁ ଛାଡ଼ିନି ।

ରାଜ୍ୟରେ ଗତ ୪୩ ଦିନରେ ୧୦ ବର୍ଷରୁ କମ୍‌ ବୟସର ପ୍ରାୟ ୭୬ ହଜାର ୪୦୧ ଜଣ ଶିଶୁ ସଂକ୍ରମିତ ହେଲେଣି । ଅନ୍ୟପକ୍ଷେ ୨୦୨୧ ଜାନୁଆରୀ ୧ରୁ ମେ’ ୧୨ ତାରିଖ ସୁ୍‌ଦ୍ଧା ୧, ୦୬, ୨୨୨ ପିଲା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଥିବା ଦେଖି ନବଜାତ ଶିଶୁଙ୍କ ପାଇଁ ଆସିୟୁ ତିଆରି କରାଯାଉଛି । ରାଜ୍ୟରେ ୨୦୨୦ରେ ୬୭, ୧୧୦ ଶିଶୁ କରୋନା ସଂକ୍ରମିତ ହୋଇଥିଲେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଡାକ୍ତରଖାନାରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ପାଖାପାଖି ୭୦ ପ୍ରତିଶତ ପିଲାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସୁଛି, କିନ୍ତୁ ଆଣ୍ଟିବଡି ପଜିଟିଭ ଆସୁଛି । ଏପରି ଶିଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚୁଛନ୍ତି ।

୮ ମାସର ମୁସ୍ତାଫା ଗତ ୮ ଦିନ ହେଲା ରୋଗରେ ପଡ଼ିଛି । ତାକୁ ମୁମ୍ବାଇର ଜେ.ସୋମାୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛିଦିନ ଭେଣ୍ଟିଲେଟରରେ ରହିବା ପରେ ମୁସ୍ତଫାର କୋଭିଡ ରିପୋର୍ଟ ନେଗେଟିଭ ଆସିଲା । ଶିଶୁ ମଲ୍ଟିସିଷ୍ଟମ ଇନ୍‌ଫ୍ଲାମେଟ୍ରି ସିନ୍‌ଡ୍ରୋମ୍‌ ସମସ୍ୟା ସୃଷ୍ଟି ହୋଇଥିଲା ଯାହା କୋଭିଡ ସଂକ୍ରମଣ କିଛି ସମୟ ପରେ ହୋଇଥାଏ । ଏବେ ମୁସ୍ତଫ।।ର ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି । ଏବେ ଶିଶୁ ନନ୍‌ ଇନଭେସିଭ ଭେଣ୍ଟିଲେଶନ ସପୋର୍ଟରେ ଅଛି ।
ଏଠିକାର ଡାକ୍ତରଙ୍କ କହିବା ଅନୁଯାୟୀ, ଏପରି ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୬୦-୭୦% ଶିଶୁ ଜ୍ରରେ ପୀଡିତ ହୋଇ ଆସୁଛନ୍ତି । ଡାଇରିଆ ବି ରହୁଛି । ସ୍କିନ୍‌ ସମସ୍ୟା ମଧ୍ୟ ରହୁଛି । ୬୦-୭୦ ପ୍ରତିଶତରୁ ଅଧିକ ପିଲାଙ୍କର ଆଣ୍ଟିବଡି ପଜିଟିଭ ଆସୁଛି, ଯାହା ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି ।

You might also like