ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର: କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ହାର କମ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଓ କ୍ୱାରେଣ୍ଟିନ୍‌ କଟକଣା ଇତ୍ୟାଦି ସବୁ ପରେ ବି ଥମୁନି କରୋନା। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୧୦୯ରେ ପହଞ୍ଚି ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୯୩୯ରେ ପହଞ୍ଚିଛି। ସେହିଭଳି ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୪୧ ହଜାର ୪୭୨ଟି ସକ୍ରିୟ କେସ୍‌ ରହିଛି।

କେବଳ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଶ ପାଇଁ  ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୨୨୮ରେ ପହଞ୍ଚିଥିବାବେଳେ ୭୭୯ ଜଣ ପ୍ରାଣ ହରାଇଲେଣି।

ଆକ୍ରାନ୍ତ ତୁଳନାରେ ରାଜ୍ୟରେ ସୁସ୍ଥ ହେବା ହାର କମ୍ ରହିଛି। ଏବେ ସୁଦ୍ଧା ୩ ହଜାର ୮୦୦ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟର ୭୮୬ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ୩ ପୋଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଥିବା ବେଳେ ୭୬ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସ୍ଥିତି ଉଦବେଗଜନକ ରହିଛି।

COVID-19 Statewise Status

S. No.Name of State / UTTotal Confirmed cases (Including 111 foreign Nationals)Cured/Discharged/
Migrated
Deaths ( more than 70% cases due to comorbidities )
1Andaman and Nicobar Islands33330
2Andhra Pradesh193088744
3Arunachal Pradesh110
4Assam63342
5Bihar5913225
6Chandigarh169242
7Chhattisgarh59430
8Dadar Nagar Haveli100
9Delhi6542202073
10Goa770
11Gujarat77962091472
12Haryana6752909
13Himachal Pradesh50382
14Jammu and Kashmir8363689
15Jharkhand156783
16Karnataka79438630
17Kerala5054854
18Ladakh42170
19Madhya Pradesh36141676215
20Maharashtra202283800779
21Manipur220
22Meghalaya13101
23Mizoram110
24Odisha294632
25Puducherry960
26Punjab176215731
27Rajasthan37082026106
28Tamil Nadu6535182444
29Telengana116375030
30Tripura13420
31Uttarakhand67461
32Uttar Pradesh3373149974
33West Bengal1786372171
Total number of confirmed cases in India62939*193582109

 

You might also like