ପୋଲ ଉପରୁ ୪୦ ଫୁଟ ତଳ ନଦୀକୁ ଖସିପଡ଼ିଲା ବସ୍

ମୁମ୍ବାଇ: ପୋଲ ଉପରୁ ନଦୀକୁ ଖସିପଡ଼ିଲା ବସ୍‌। ଗୋଟିଏ ପରିବାର ୫ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ର ସତାରା ଜିଲ୍ଲା କରଦ ଟାଉନ୍‌ ଏଭଳି ବସ୍‌ ଦୁର୍ଘଟଣା ଘଟିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପିକନିକ୍‌ ପାଇଁ ଗୋଆ ଯାଉଥିଲା। ଡ୍ରାଇଭର ରିଙ୍କୁ ସାହୁ ଗାଡ଼ିକୁ ପୁଣେ-ବେଙ୍ଗାଲୁରୁ ହାଇୱେରେ ଦ୍ରୁତ ଗତୀରେ ଚଳାଉଥିବା ବେଳେ ଉମ୍ବ୍ରାଜ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ପୋଲରୁ ୪୦ ଫୁଟ୍ ତଳକୁ ପାଣି ନଥିବା ତରଲେ ନଦୀକୁ ଖସିପଡ଼ିଥିଲା।

ଖବର ପାଇ ଘଟଣା ସ୍ଥଳରେ ପୋଲି ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣାରେ ଆହତ ହୋଇଥିବା ଲୋକମାନେ ନଭୀ ମୁମ୍ବାଇର ବାଶି ଅଞ୍ଚଳର ବୋଲି ପୋଲିସ କହିଛି। ମତକଙ୍କ ପରିଚୟମ ମିଳିଥିବା ବେଳେ ଡ୍ରାଇଭର ରିଙ୍କୁ ସାହୁଙ୍କ ସମେତ ଆହତମାନେ କରଦରେ ଥିବା ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଅନୁସାରେ ଓ ମୋଟର ଭେଇକଲ ଆକ୍ଟର ବିଭିନ୍ନ ଧାରା ଲଗାଯାଇଥିବା ପୋଲିସ କହିଛି।

 

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like