ମହାରାଷ୍ଟ୍ର ଓ ହରିୟାଣାରେ ମତଦାନ : ଇଭିଏମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ମହାରାଷ୍ଟ୍ର : ୨ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଛି ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ହରିଆଣାରେ  ୫୩.୭  ପ୍ରତିଶତ ଓ  ମହାରାଷ୍ଟ୍ରରେ ୫୪.୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କଲାପରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ହୋଇଛି ଭୋଟ୍ ଗ୍ରହଣ।

କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ୯୬ ହଜାର ୬୬୧ଟି ବୁଥ୍‌ରେ ଆଜି ମତାଧିକାର ସାବ୍ୟସ୍ତ କରିଛନ୍ତି ଭୋଟର। ମୈଦାନରେ ଅଛନ୍ତି ୩୨ ଶହ ୩୭ ପ୍ରାର୍ଥୀ ଭୋଟ୍‌ର ମତ ଇଭିଏମରେ ସିଲ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ବି ସିଲ ହୋଇଛି।

ସେହିପରି  ହରିୟାଣାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଛି ଭୋଟ୍ ଗ୍ରହଣ । ମତଦାନ ପାଇଁ ହରିୟାଣାରେ ୧୬ହଜାର ୩୫୭ଟି ପୋଲିଂ ବୁଥ୍ କରାଯାଇଥିଲା।  ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା।  ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ମଇଦାନରେ ୧୧ ଶହ୬୯ ଜଣ ପ୍ରାର୍ଥୀ ଅଛନ୍ତି ।

ହରିୟାଣାରେ ଭୋଟରଙ୍କ ମତ ଇଭିଏମରେ ସିଲ ହୋଇଛି। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଛି।

ଆହୁରି ପଢ଼ନ୍ତୁ

ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

You might also like