ଜେଲ୍ରେ ଥିବା ୫୦ କଏଦୀଙ୍କୁ କରୋନା
ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଡିଷ୍ଟ୍ରିକ୍ଟ ଜେଲ୍ରେ ସଜା କାଟୁଥିବା ୫୦ କଏଦୀ ସହିତ ଅନ୍ୟ ୨୮ ଜଣ ମୋଟ ୭୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଜେଲ୍ରେ ବର୍ତ୍ତମାନ ପାଖାପାଖି ୩୦୦ କଏଦୀ ରହିଥିବା ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧, ୪୯୮ରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ପୂର୍ବରୁ ଜୁନ ୨୪ରେ ମଧ୍ୟ ଏହି ଜେଲ୍ରେ ୧୮ କଏଦୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା।
ସୂଚନାନୁସାରେ, କରୋନା ସଂକ୍ରମଣରେ ଜିଲ୍ଲାରେ ୭୬ ଜଣଙ୍କର ଜୀବନ ଯାଇଥିବା ବେଳେ ୩୭୮ କରୋନା କେସ୍ ଆକ୍ଟିଭ୍ ରହିଛି। ହାଜାରେ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।