ମ୍ୟାଗି ନିର୍ମାତା କମ୍ପାନୀ ନେସଲେ ମାନିଲା, ସ୍ୱାସ୍ଥ୍ୟକର ନୁହେଁ ନିଜର ୬୦% ଖାଦ୍ୟ ସାମଗ୍ରୀ

ନୂଆଦିଲ୍ଲୀ : ଦୁଇ ମିନିଟରେ ତିଆରି ହେଉଥିବା ମ୍ୟାଗିର ନିର୍ମାତା କମ୍ପାନୀ ନେସଲେ ପୁଣି ପ୍ରଶ୍ନ ଘେରରେ । ବିଶ୍ୱର ବୃହତ୍ତମ ଖାଦ୍ୟ ଏବଂ ପାନୀୟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ନେସଲେ ନିଜେ ସ୍ୱୀକାର କରିଛନ୍ତି ତାହାର ୬୦% ଖାଦ୍ୟ ସାମଗ୍ରୀ ସ୍ୱାସ୍ଥ୍ୟକର ନୁହେଁ । କମ୍ପାନୀ ନିଜ ଖାଦ୍ୟ ସାମଗ୍ରୀରେ ନ୍ୟୁଟ୍ରିସନ୍ ଭାଲ୍ୟୁ ବଢ଼ାଇବା ପାଇଁ ଏକ ନୂତନ ଯୋଜନା ଉପରେ କାର‌୍ୟ୍ୟ କରୁଛି। ରିପୋର୍ଟ ଅନୁସାରେ କମ୍ପାନୀର ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ,ଏହାର ୬୦% ସାମଗ୍ରୀ ‘ ସ୍ୱାସ୍ଥ୍ୟର ମାନ୍ୟତା ପ୍ରାପ୍ତ ପରିଭାଷା ଓ ପୋଷଣ ପୂରଣ କରିବାରେ ବିଫଳ ।

ନେସଲେ କମ୍ପାନୀର ଖାଦ୍ୟ ସାମଗ୍ରୀ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ମ୍ୟାଗିଙ୍କ ନାମ ଏହାର ଶୀର୍ଷରେ ଆସେ । ଏହା ପରେ କମ୍ପାନୀର ଦ୍ୱିତୀୟ ଉତ୍ପାଦ ହେଉଛି ନେସକ୍ୟାଫେ, ଯାହା ଦ୍ୱିତୀୟ ପ୍ରସିଦ୍ଧ ବ୍ରାଣ୍ଡ ଅଟେ । ଫାଇନାନ୍ସିଆଲ୍ ଟାଇମ୍ସ ଏକ ରିପୋର୍ଟରେ କୁହାଯାଇଛି, କମ୍ପାନୀର ଅଧିକ ପସନ୍ଦ କରାଯାଉଥିବା ଖାଦ୍ୟ ସାମଗ୍ରୀ ପୁଷ୍ଟିକର ମାନ ପୂରଣ କରିବାରେ ସଫଳ ନୁହେଁ । ୬୦% ରୁ ଅଧିକ ଉତ୍ପାଦ ସ୍ୱାସ୍ଥ୍ୟର ଗ୍ରହଣୀୟ ପରିଭାଷାକୁ ପୂରଣ କରୁନାହିଁ । ଯେତେ ପରିବର୍ତ୍ତନ କଲେ ସୁଦ୍ଧା କିଛି ଖାଦ୍ୟ ସାମଗ୍ରୀ କେବେ ବି ସ୍ୱାସ୍ଥ୍ୟକର ହୋଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମରେ, ପଶୁ ଖାଦ୍ୟ ଏବଂମେଡିକାଲ ନ୍ୟୁଟ୍ରିସନକୁ ବାଦ ଦେଲେ କେବଳ ୩୭% ନେସଲେର ଖାଦ୍ୟ ଏବଂ ପାନୀୟ ଦ୍ରବ୍ୟକୁ ୩.୫ ରୁ ଅଧିକ ରେଟିଂ ମିଳିଛି । ଏହି ସିଷ୍ଟମରେ ଉତ୍ପାଦଗୁଡିକୁ ୫ ଷ୍ଟାର ରେଟିଂ ମଧ୍ୟରେ ମୂଲ୍ୟାୟନ କରାଯାଇଥାଏ । ସେପେଟ ନିଜର ସମସ୍ତ ଖାଦ୍ୟ ସାମଗ୍ରୀକୁ ପୁଷ୍ଟିକର କରିବାକୁ ଏକ ଯୋଜନା ଉପରେ କାମ କରୁଛି ବୋଲି ନେସଲେ କହିଛି। ଉତ୍ପାଦ ଗୁଡ଼ିକ ଯେପରି ସ୍ୱାସ୍ଥ୍ୟ ପାରାମିଟର ଗୁଡିକ ପୂରଣ କରିପାରିବେ ସେ ଦିଗରେ ଚେଷ୍ଟାରତ କମ୍ପାନୀ ।

You might also like